Read Time:1 Minute, 16 Second
କେନ୍ଦ୍ର ସରକାରଙ୍କ ଘୋଷଣା ପ୍ରକାରେ ଆଜି ଧରାକୋଟ ଗୋଷ୍ଠୀ କେନ୍ଦ୍ର, ଯାହା ଡ଼ା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର, ମୁଣ୍ଡମରାଇ ପ୍ରାଥମିକ ସ୍ବାସ୍ଥ୍ୟ କନ୍ଦ୍ର, ମାଣିକପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ବୋଷ୍ଟାର ଡୋଜ ଟୀକା କରଣ ଆରମ୍ଭ ହୋଇଛି। କେନ୍ଦ୍ର ସରକାର ମାଗଣାରେ ଶୁକ୍ରବାର ଠାରୁ ୭୫ ଦିନ ପର୍ଯ୍ୟନ୍ତ ଟୀକା କରଣ ହେବାର ଘୋଷଣା କରିଛନ୍ତି। ଆଜି ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଭରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଏମ ଭି କେ ଅଶୋକ ଏହାର ଶୁଭାରମ୍ଭ କରିଥିଲେ । ପ୍ରଥମ ଦିନରେ ଜାହାଦରେ ୧୧୦ ଜଣ,ମାଣିକପୁର ରେ ୧୨୦ଜଣ, ମୁଣ୍ଡମରାଇ ରେ ୧୭୦ ଜଣ ଓ ଧରାକୋଟ ରେ ୧୨୦ ଜଣ କୋଭାକସିନି ଓ କୋଭାସିଲ୍ଡି ଟୀକା ନେଇଥିଲେ।ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଅଧିକରୁ ଅଧିକ ଲୋକଙ୍କୁ ଉତ୍ସାହିତ କରି ଟୀକା କରଣ କରାଯିବ ବୋଲି ଡାକ୍ତର ଅଶୋକ ପ୍ରକାଶ କରିଛନ୍ତି।

