ପିକଆପ ଭେନ ସହ ଗଞ୍ଜେଇ ଜବତ: ୪ ଗିରଫ

ପିକଆପ ଭେନ ସହ ଗଞ୍ଜେଇ ଜବତ: ୪ ଗିରଫ

0 0
Read Time:1 Minute, 4 Second

ଗଞ୍ଜାମ ଜିଲ୍ଲା ପାଟପୁର ପୋଲିସ କାବୁ କରିବାରେ ହେଲା ସଫଳ । ଚାରି ଜଣ ଗଞ୍ଜେଇ ବ୍ୟବସାୟୀ ଙ୍କ ସମେତ ୧୮୦ କେଜି ଗଞ୍ଜେଇ ସମେତ ଏକ ଟାଟା ଏସି ଜବତ ।
ଗତ କାଲି ବିଳମ୍ବିତ ରାତିରେ ପାଟପୁର ଥାନା ଅଧିକାରୀ ରାତିରେ କଂସ।ମାରିରୁ ଶବରପଲି ରାସ୍ତାରେ ଟାଟା ଏସି ରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଅତର୍କିତ ଚଢ଼ାଉ କରିଥିଲେ।ଟାଟା ଏସି ଟିକୁ ଯାଞ୍ଚ କରିବା ସମୟରେ ଏକ ଆଲମାରୀ ରେ ଗଞ୍ଜେଇ ପେକେଟ ଥିବା ଦେଖିବାକୁ ମିଳିଥିଲା।ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଗଞ୍ଜେଇ କୁ ଓଜନ କରିବା ସହ ସିଲ କରାଯାଇଛି। ପାଟପୁର ଥାନା ପୋଲିସ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଆସିକା ଏସ୍ଡିପିଓ ଉମା ଶଙ୍କର ସିଂ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ