ଧରାକୋଟ ବ୍ଲକ୍ କୃଷକ ସାଥୀ ସଂଘ ତରଫରୁ ଚଉଦ ଦଫା ଦାବୀ ସମ୍ବଳିତ ଏକ ଦାବିପତ୍ର ରାଜ୍ୟ କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଛି। ଆସନ୍ତା ଅଠର ତାରିଖ ଦିନ ଦିନ ବିଧାନ ସଭା ସମ୍ମୁଖରେ ଓଡ଼ିଶା କୃଷକ ସାଥୀ ସଂଘ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି। ସର୍ବ ନିମ୍ନ ମଜୁରୀ, ସାମାଜିକ ସୁରକ୍ଷା,ତାଲିମ ପ୍ରଦାନ,କୃଷି କର୍ମଚାରୀର ମାନ୍ୟତା,କୃଷି ଭିତ୍ତିକ କାର୍ଯ୍ୟରେ ସାମିଲ, ପରିଚୟ ପତ୍ର ପ୍ରଦାନ , ସର୍ବେକ୍ଷଣ କାର୍ଯ୍ୟରେ ନିୟଜନ, ଉଦ୍ୟାନ କୃଷି କାର୍ଯ୍ୟରେ ନିୟୋଜନ, ଧାନ ସଂଗ୍ରହ ପାଇଁ ପରିଚୟ ପତ୍ର ପ୍ରଦାନ,କୃଷି ମିତ୍ର ଭଳି ଦରମା ପ୍ରଦାନ ଓ କୁଶଳୀ ଶ୍ରମିକ ଭାବରେ ମାସିକ ସର୍ବ ନିମ୍ନ ମଜୁରୀ ପ୍ରଦାନ ଦାବୀ ରହିଥିବା ଦାବୀ ପତ୍ର ବ୍ଲକ୍ କୃଷି କାର୍ଯ୍ୟାଳୟ ଠାରେ କୃଷି ଅଧିଦର୍ଶକ ମନୋଜ କୁମାର ପାଢ଼ୀଙ୍କୁ ପ୍ରଦାନ କରାଯାଇଥିଲା ।ବ୍ଲକ୍ ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି,ସମ୍ପାଦକ ସୁରେଶ ଚନ୍ଦ୍ର ଗୌଡ଼, କୁଳମଣି ସାହୁ,ଅର୍ଜୁନ ପତ୍ର,ରଜନୀ କାନ୍ତ ସାହୁ,ସତ୍ୟବାଦୀ ଗନ୍ତାୟତ,ରାମଚନ୍ଦ୍ର ସାହୁ,କୈଳାସ ବେହେରା,ଶୁକଦେବ ସ୍ୱାଇଁ,ଅରବିନ୍ଦ ପଟ୍ଟନାୟକ ଙ୍କ ସମେତ ସମସ୍ତ ପଞ୍ଚାୟତର କୃଷକ ସାଥୀ ମାନେ ଯୋଗ ଦେଇଥିଲେ।
କୃଷି ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃଷକ ସାଥୀ ସଂଘର ଦାବିପତ୍ର ପ୍ରଦାନ
Read Time:1 Minute, 42 Second

