ଆସାକା ବିଜୁପଟ୍ଟନାୟକ ଛକ ନିକଟସ୍ଥ ପଞ୍ଜାବ ନେସନାଲ ବ୍ୟାଙ୍କକୁ ଲାଗି ରହିଥିବା ଏଟିମ କାଉଁଟରରୁ ଜଣେ ଦୁର୍ବୃତ ଲୁଟ କରିଥିବା ଉଦ୍ୟମ ପଣ୍ଡ ହୋଇଛି ।ବୁଧବାର ବିଳମ୍ବିତ ରାତିରେ ଏହି ଲୁଟ ଉଦ୍ୟମ କରାଯାଉଥିବା ସମୟରେ ସାଇରନ ଶଦ୍ଧ ଶୁଣି ପେଟ୍ରୋଲିଙ୍ଗ କରୁଥିବା ପୋଲିସ ବ୍ୟାଙ୍କ ନିକଟରେ ପହଞ୍ଚି ଥିଲେ। କିନ୍ତୁ ଦୃବତ୍ତ ଜଣକ ସେଠୁ ଚମ୍ପଟ ମାରିଥିଲେ । ଆଉ ଏଟିମ କାଉଁଟର ସଟର ଖୋଲା ଥିଲା ଏବଂ ଏଟିମ ଲୁଟ ପାଇଁ ବ୍ୟବହୃତ ସରଞ୍ଜାମ ପଡ଼ି ଥିବା ସେଠି ପୋଲିସ ଦେଖିଥିଲା । ରାତ୍ରି ୧ଘଣ୍ଟା ବେଳର ଏହି ଘଟଣା ,ପୋଲିସ ଏଟିଏମ ରାତ୍ରି ସାରା ଜଗିଥିଲେ । ଗୁରୁବାର ବ୍ୟାଙ୍କ ଖୋଲିବା ପରେ ଶାଖା ପରିଚାଳକ ଙ୍କ ସହ ପୋଲିସ ଆଲୋଚନା କରିଥିଲେ।ବ୍ୟାଙ୍କ ରେ ଲାଗିଥିବା ସିସି ଟିଭି ଫୁଟେଚରେ ଜଣାପଡିଛି ଯେ ଜଣେ ଦୃବୁତ ବର୍ଷା ର ସୁଯୋଗ ନେଇ ସାଇକେଲରେ ଛତା ଧରି ବେଙ୍କ ଆଗକୁ ଆସିଥିଲା।ୟାପରେ ସେ ଏଟିମ କାଉଣ୍ଟର ଭିତରେ ଏକ ଲୁହା ଛଡ଼ ଦ୍ୱାରା ଭାଙ୍ଗିବାକୁ ଉଦ୍ୟମ କରିଥିଲା।ମୁହଁରେ କପଡା ବାନ୍ଧି ଥିବା ବେଳେ ସେ ଏକ ବ୍ୟାଗ ପଛରେ ବାନ୍ଧିଥିବା ସିସି ଟିଭି ଫୁଟେଜ ରୁ ଜଣାପଡ଼ିଛି।ପୋଲିସ ସନ୍ଧାନି କୁକୁର ଦ୍ବାରା ଯାଞ୍ଚ ପକ୍ରୀୟା ଆରମ୍ଭ କରି ଚୋର ଧରିବାକୁ ଉଦ୍ୟମ ଆରମ୍ଭ କରିଦେଇଛି।ଏଟିଏମରୁ ଟଙ୍କା ଲୁଟ ହୋଇନଥିବା ବ୍ୟାଙ୍କ ମାନେଜେର ଯୋଗେନ୍ଦ୍ର ଜୟପୁରିଆ ଏତଲାରେ ଦର୍ଶାଇ ଥିବା ବେଳେ ଆସିକା ଥାନା କେଶ ନଂ ୩୯୩/୨୨ ପ୍ରକାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ ସାହୁ ସୂଚନା ଦେଇଛନ୍ତି।

