ଅଶ୍ଳୀଳ ଫୋଟ ଭାଇରାଲ: ନାବାଳିକାର ଆତ୍ମହତ୍ୟା

ଅଶ୍ଳୀଳ ଫୋଟ ଭାଇରାଲ: ନାବାଳିକାର ଆତ୍ମହତ୍ୟା

0 0
Read Time:1 Minute, 47 Second

ଗଞ୍ଜାମ ତାରସିଙ୍ଗ ଥାନା ଇଲାକର ଜଡାହାଟୁଣୀ ଗ୍ରାମର ଜଣେ ନାବାଳିକାକୁ ଜୋର ଜବରଦସ୍ତ ଅସଦାଚରଣ କରି ତାହାରି ଫୋଟ ଭାଇରାଲ କରିବା ପରେ ନାବାଳିକା ଆତ୍ମହତ୍ୟା କରିଛି।ଏହି ଘଟଣାରେ ତିନିଙ୍କୁ ଗିରଫ କରାଯାଇଛି।ଏମାନଙ୍କ ଭିତରେ ଦୁଇ ନାବାଳକ ଅଛନ୍ତି।

ଉକ୍ତ ଗ୍ରାମର ଜୈନେକ ନାବାଳିକାକୁ ସେହି ଗ୍ରାମର ଜଣେ ପୁଅ ଜୋରଜବର ଦସ୍ତ ଅସଦାଚରଣ କରି ମୋବାଇଲରେ ଫୋଟ ଉଠାଇଥିଲା।ଏବିଷୟରେ କାହାକୁ କହିଲେ ଫୋଟୋ ଭାଇରଲ କରିଦେବାର ଭୟ ଦେଖାଇ ଆସୁଥିଲା।ଉକ୍ତ ବିଷୟ ଘର ଲୋକ ଜାଣିବା ପରେ କୁଳ ସମାଜ ଦ୍ୱରା ଦୁହିଁକୁ ବିବାହ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ସାବାଳକ ହେବା ପରେ ବିବାହ କରିବାକୁ ଦୁଇ ପରିବାରକୁ ପରାମର୍ଶ ଦିଆଯାଇଥିଲା କିନ୍ତୁ ପୁଅ ଘର ଲୋକ ଏହାକୁ ଅସ୍ୱୀକାର କରିବା ସହ ଝିଅ ର ଅନ୍ତରଙ୍ଗ ଫୋଟ ଗୁଡିକ ମୋବାଇଲରେ ଭାଇରାଲ କରିଥିଲେ । ଘଟଣା ପ୍ରଘଟ ହେବାରୁ ଝିଅ ଏକ ସୁଇସାଇଡ଼ ନୋଟ ରେ ସମ୍ପୂର୍ଣ ଘଟଣା ଲେଖିବା ସହ ପରିବାର ଓ ନିଜର ସମ୍ମାନ ଦୁଷ୍ଟିରୁ ସେ ଆତ୍ମହତ୍ୟା ନିସ୍ପତି ନେଇଥିବା ଲେଖି ପଙ୍ଖାରେ ଝୁଲିପଡିଥିଲା । ତାରସିଙ୍ଗ ଥାନାରେ ଝିଅର ବାପା ଅଭିଯୋଗ ଦେବା ପରେ ପୋଲିସ ସମ୍ପୂର୍କ୍ତ ଦୁଇ ନାବାଳକ ସହିତ ପୁଅର ବାପାଙ୍କୁ ଗିରଫ କରାଯାଇଥିବା ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର ସୂଚନା ଦେଇଛନ୍ତ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories