ଧରାକୋଟ ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ

ଧରାକୋଟ ଆଦର୍ଶ ବିଦ୍ୟାଳୟରେ ବନମହୋତ୍ସବ

0 0
Read Time:1 Minute, 44 Second

ପରିବେଶର ସନ୍ତୁଳନତା ରକ୍ଷା ପାଇଁ ବୃକ୍ଷ ରୋପଣ ଅତି ଗୁରୁତ୍ୱ ହୋଇଛି। ତେଣୁ ସବୁଜିମା ବଳୟ ସୃଷ୍ଟି କରିବା ଲକ୍ଷରେ ଜଙ୍ଗଲ ବିଭାଗ ତରଫରୁ ଔଷଧୀୟ ଓ ଫଳନ୍ତି ବୃକ୍ଷ ଚରା ବିତରଣ କେନ୍ଦ୍ର ଧରାକୋଟ ଠାରେ ଖୋଲାଯାଇଛି । ଏହାକୁ ବ୍ଲକ୍ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଉଦଘାଟନ କରିଥିବାବେଳେ ଅତିରିକ୍ତ ବି ଡି ଓ ସୁଶିଲ ପଟନାୟକ,ସହକାରୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ସ୍ୱାଇଁ,ବାନପାଳ ଅକ୍ଷୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଜଙ୍ଗଲ ଓ ଜଳବାୟୁ ବିଭାଗ ତରଫରୁ ବାରଦାବାଲି ନିକଟସ୍ଥ ଚପୁଡ଼ିଆ ଜଙ୍ଗଲ ପାର୍ଶ୍ୱରେ ପଚାଶ ହଜାର ଆମ୍ବ,ନିମ୍ବ ଭଣ୍ଡା,ଆକାସି, ଶିଶୁ,ଶାଗୁଆନ,କାଜୁ,କଦମ୍ବ,ଦେବଦାରୁ ପ୍ରଭୁତି ଚାରା ବିତରଣ ପାଇଁ ରଖାଯାଇଛି । ଏହି ଅବସରରେ ଡାକି ବଜା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶର ସୁରକ୍ଷାରେ ବୃକ୍ଷ ରୋପଣ ର ଭୂମିକା ସମ୍ପର୍କରେ ଏକ ସଚେତନତା ସଭାର ଆୟୋଜନ କରି ବିଦ୍ୟାଳୟ ପରିସରରେ ଦୁଇଶହ ଚାରା ଅଧ୍ୟକ୍ଷ ଦୁର୍ଯ୍ୟୋଧନ ଦୋରା ଓ ବନପାଳ ଅକ୍ଷୟ ତ୍ରିପାଠୀ ଙ୍କ ଉପସ୍ଥିତିରେ ଲଗାଯାଇଥିଲା।ଏଥିରେ ବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ବୃକ୍ଷର ମହତ୍ତ୍ଵ,ଆକାର,ପାଳନ,ସୁରକ୍ଷା ଓ ଉପକାରିତା ବିଷୟରେ ବୁଝା ଯାଇଥିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍