Read Time:53 Second
ଧରାକୋଟ ରେ ତିନି ଠାକୁରଙ୍କ ସୁନାବେଶ ରଥ ଉପରେ ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ରିତି ନିତି ପ୍ରକାରେ ଠାକୁର ମାନଙ୍କୁ ସୁନା ଓ ରୂପା ରେ ତିଆରି ଅଳଙ୍କାର ଓ ଆଭୂଷଣ ରେ ସଜା ଯାଇଥିଲା।ଏହି ଭକ୍ତିମୟ ପରିବେଶ ମଧ୍ୟରେ ଭକ୍ତି ପୁଷ୍ପାଞ୍ଜଳି ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ସଙ୍ଗୀତ ନିର୍ଦ୍ଦେଶକ ଯୋଗୀ ଭାଇ ବାଦ୍ୟଯନ୍ତ୍ର ନିର୍ଦ୍ଦେଶକ ଅନନ୍ତ ଭାଇଙ୍କ ସମେତ କଣ୍ଠ ଶୀଳ୍ପୀ ଭାବେ ଜଗା, ଦିଲ୍ଲୀପ, କାହ୍ନୁ,ଓ ରାଧେମା ଭକ୍ତିପୂତ ସଙ୍ଗୀତ ପରିବେଷଣ କରିଥିଲେ। ଆଜିର ତିନି ଠାକୁରଙ୍କ ସୁନାବେଶ ଦେଖିବା ପାଇଁ ଅଞ୍ଚଳର ସହ ସହ ଭକ୍ତ ଭିଡ ଜମାଇଥିଲେ।

