ଆସିକା ଥାନା ଇଲାକା ଅନେକ ସ୍ଥାନରେ ବିଭିନ୍ନ ପ୍ରକାରର ପାଣି ପମ୍ପ ଚୋରୀ ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଚୋରି ଯାଇଥିବା ୧୩ଟି ଟୁଲୁ ପମ୍ପ,୨ଟି ୨ହେଚପି ମୋଟର,୩ଟି ସମରସିଭ ମୋଟର,୩ଟି ୧.୭୫ହେଚ ପି ମୋଟର,୩ଟି ୦.୫ ହେଚ ପି ମୋଟର, ଗୋଟିଏ ଡ଼ିଜେଲ ମୋଟର ଓ ୧୦ ବଣ୍ଡଲ ବିଦ୍ୟୁତ ଜବତ ହୋଇଛି। ମୋଟ ୨୫ଟି ପମ୍ପ ଓ ବିଦ୍ୟୁତ ତାର ବଣ୍ଡଲର ଚୋରୀ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷ ଟଙ୍କା ହେବ। ଆସିକା ଥାନା ରେ ଏନେଇ ଚାରଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା।ଏହି ରାକେଟ କୁ ଧରିବା ପାଇଁ ଆସିକା ପୋଲିସ ଏକ ଆଠ ଜଣିଆ ଟିମ ଗଠନ କରାଯାଇ ତଦନ୍ତ ଚାଲିଥିଲା।ଉକ୍ତ ଚୋରୀ ଘଟଣାରେ ଗିରଫ ଚିତ୍ରସେନ ଦଳାଇ, ମିଟୁ ଦଳାଇ, ପ୍ରହଲ୍ଲାଦ ବିଶ୍ୱାଳ ଓ ଚରଣ ବିଶ୍ୱାଳ ଅଟନ୍ତି ।ଏମାନେ ସମସ୍ତେ ଆସିକା ଥାନା ଅନ୍ତର୍ଗତ ଏ.କେନ୍ଦୁପଦର ବାସିନ୍ଦା ବୋଲି ସାମ୍ବାଦିକ ସମ୍ମିଳନୀରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି।

