ଧରାକୋଟ : ବହାରପୁରରେ ଅସ୍ୱାସ୍ଥ୍ୟକର ପରିବେଶରେ ରହିଛି ନଳକୂପ

ଧରାକୋଟ : ବହାରପୁରରେ ଅସ୍ୱାସ୍ଥ୍ୟକର ପରିବେଶରେ ରହିଛି ନଳକୂପ

0 0
Read Time:1 Minute, 59 Second

କେନ୍ଦ୍ର ସରକାଙ୍କଠାରୁ ରାଜ୍ୟ ସରକାର ସମସ୍ତେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପକରି ସ୍ୱଚ୍ଛ ପରିବେଶ ସୃଷ୍ଟି ପାଇଁ ବିଭିନ୍ନ ଜନସଚେତତା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏଥିପାଇଁ ଗାଁ ଗାଁରେ ବେଶ୍ ପ୍ରଚାର ପ୍ରସାର ହୋଇଥିଲା। ହେଲେ କେଉଁଠି ଏହା କାମରେ ଆସିଛିତ କେଉଁଠି ଏହାକୁ ଅଣଦେଖା କରାଯାଇଛି। ଏହିପରି ଏକ ଦୃଶ୍ୟ ଧରକୋଟ ବ୍ଲକର ବହାରପୁର ପଞ୍ଚାୟତ ସଦମହକୁମାରେ ଦେଖିବାକୁ ମିଳିଛି। ଗ୍ରାମର ବସ ରହଣୀସ୍ଥଳ ଛକ ପାର୍ଶ୍ୱରେ ରାଧାକୃଷ୍ଣ ମନ୍ଦିର ପାଚେରୀକୁ ଲାଗି ରହିଥିବା ଦୋକାନ ଗୃହ ସାମନାରେ ରହିଛି ଗୋଟିଏ ନଳକୂପ ସହ ପିଇବା ପାଣି ପ୍ରକଳ୍ପର ଷ୍ଟାଣ୍ଡପୋଷ୍ଟ। ଏଠାରେ ଡ୍ରେନ ପୋତିହୋଇ ବନ୍ଦ ହୋଇଯିବାପରେ ସାହି , ବସ୍ତିର ନାଳ ପାଣି ଜମିରହି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଯାହାଫଳରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହୋଇ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଦେଖାଦେଇଛି। ଏହି ନଳକୂପ ଓ ଷ୍ଟାଣ୍ଡପୋଷ୍ଟ ରୁ ଦୋକାନୀ ମାନେ ଓ ଘୋରାଇ ବ୍ୟବହାର ପାଇଁ ଲୋକେ ପାଣି ନେଉଛନ୍ତି। ଆଶ୍ଚର୍ଯ୍ୟର କଥା ପଞ୍ଚାୟତ କିମ୍ବା ସ୍ବାସ୍ଥ୍ୟ ବିଭାଗର କର୍ମକର୍ତ୍ତା ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି।ଗାଁରେ ଆଶା, ଅଙ୍ଗନୱାଡ଼ି,ପଞ୍ଚାୟତ ପ୍ରତିନିଧି ରହିଥିଲେମଧ୍ୟ ଏଥିପ୍ରତି କାହାର ନଜର ନାହିଁ। ଏଣୁ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ସୃଷ୍ଟି ହୋଇଛି । ସ୍ବାସ୍ଥ୍ୟ ବିଭାଗ ଓ ପଞ୍ଚାୟତ ପ୍ରତିନିଧି ତୁରନ୍ତ ଏହାର ସମାଧାନ କରିବାକୁ ସାଧାରଣ ଜନତା ଦାବୀ କରିଛନ୍ତି ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍