ରାଜୁ ବିଷୋୟୀ ହତ୍ୟାକାଣ୍ଡ ର ୪ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ

ରାଜୁ ବିଷୋୟୀ ହତ୍ୟାକାଣ୍ଡ ର ୪ଜଣ ମୁଖ୍ୟ ଅଭିଯୁକ୍ତ ଗିରଫ

0 0
Read Time:1 Minute, 23 Second

ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଖଜାପଲ୍ଲୀ ଗ୍ରାମର ରାଜୁ ବିଷୋୟୀ ହତ୍ୟାକାଣ୍ଡ ର ମୁଖ୍ୟ ୪ ଜଣ ଅଭିଯୁକ୍ତ ଗିରଫ l ଏହି ହତ୍ୟାକାଣ୍ଡ ରେ ସମ୍ପୃକ୍ତ ଖଜାପଲ୍ଲୀ ଗ୍ରାମର ସଂଗ୍ରାମ ସ୍ୱାଇଁ, ବୁଦ୍ଧିଆ ସ୍ୱାଇଁ, ପିଣ୍ଟୁ ବିଷୋୟୀ ଓ ଭଗବାନ ସ୍ୱାଇଁ ଙ୍କୁ ପୋଲିସ ଗିରଫ କରିବା ରେ ସଫଳ ହୋଇଛି l ଏହାସହିତ ହତ୍ୟାକାଣ୍ଡରେ ବ୍ୟବହୃତ ଖଣ୍ଡା, ଭୁଜାଲି ଚାରୋଟି ମୋବାଇଲ ଫୋନ ସହିତ ଗୋଟିଏ ବୋଲେରୋ ଜବତ କରିଛି ପୋଲିସ l ପୂର୍ବ ଶତ୍ରୁତା କୁ କେନ୍ଦ୍ରକରି ଗତ ୧୮.୫.୨୨ ରେ ବାହାଲପଲ୍ଲୀ ରାସ୍ତାରେ ରାଜୁ ବିଷୋୟୀଙ୍କୁ ହତ୍ୟା କରାଯାଇଥିଲା l ତାଙ୍କ ପୁଅ ଥାନାରେ ଲିଖିତ ଅଭିଯୋଗ ପରେ କେସ 198 ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିଲା ପୋଲିସ l ହତ୍ୟାକାଣ୍ଡର ଦେଢ଼ ମାସ ପରେ ଅର୍ଥାତ ଆଜି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ଗଞ୍ଜାମ ଅତିରିକ୍ତ ଏସପି ବି. କେ ମଲ୍ଲିକ ସୂଚନା ଦେଇଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ଅପରାଧ