Read Time:1 Minute, 7 Second
ଆସିକା ଟେକିନିକେଲ ହଇ ସ୍କୁଲରେ କାର୍ଯ୍ୟରତ ଶିକ୍ଷୟତ୍ରୀ ଙ୍କୁ ତାଙ୍କ ସ୍ୱାମୀ ରାଜେଶ ପଣ୍ଡା ନିଶାସକ୍ତ ଅବସ୍ଥାରେ କାଠ ବେଟରେ ମୁଣ୍ଡ ଫଟାଇ ଦେଇଥିବା ଅଭିଯୋଗ ରେ ଗିରଫ କରାଯାଇଛି।ପ୍ରେମ ବିବାହ କରିଥିବା ରାଜେଶଙ୍କ ୧୩ବର୍ଷର ସନ୍ତାନଟିଏ ଥିଲେ ମଧ୍ୟ ବେକାର ଥିଲେ।ଦୈନନ୍ଦିନ ମଦ ପିଇ ସ୍ତ୍ରୀ ସହ ଝଗଡା କରନ୍ତି।ସେ ବାଲିଗୁଡା ଯାଇ ରାତ୍ରରେ ଫେରି ସ୍ତ୍ରୀକୁ ମଦ ପିଇବାକୁ ଟଙ୍କା ମାଗିଥିଲେ।କିନ୍ତୁ ସ୍ତ୍ରୀ ଟଙ୍କା ନଦେବାରୁ ଗାଳିଗୁଲଜ କରି ବେଟରେ ମୁଣ୍ଡକୁ ମାରି ଦେବାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।ତାଙ୍କ ଅଭିଯୋଗ କୁ ଭିତ୍ତି କରି ଥାନା କେଶ ନଂ ୩୮୧/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ରାଜେଶଙ୍କୁ କୋର୍ଟ ଚାଲାଣ କରାଯାଇଛି।

