ପୋଡ଼ାମାରି କଲେଜରେ ବନ ମହୋତ୍ସବ

ପୋଡ଼ାମାରି କଲେଜରେ ବନ ମହୋତ୍ସବ

0 0
Read Time:1 Minute, 47 Second

ଜୀବଜଗତକୁ ଧ୍ଵଂସ ମୁଖରୁ ରକ୍ଷା କରିବାକୁ ହେଲେ ବ୍ୟାପକ ବୃକ୍ଷ ରୋପଣ ସହ ଜଙ୍ଗଲ ସୃଷ୍ଟି ହିଁ ଏକମାତ୍ର ବିକଳ୍ପ । ପ୍ରତ୍ୟେକ ସଚେତନ ନାଗରିକ ଓ ଆଗାମୀ ପୀଢ଼ି ପରିବେଶ ସୁରକ୍ଷା ପାଇଁ ସ୍ବତନ୍ତ୍ର ସେନାନୀ ଭାବେ ବୃକ୍ଷରୋପଣ ନିମନ୍ତେ ସଂକଳ୍ପ ନେବାକୁ ପୋଡାମାରି କଲେଜ ପରିସରରେ ଆୟୋଜିତ ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ପରିବେଶବିତ ମାନେ ଗୁରୁତ୍ବ ଦେଇଛନ୍ତି। ଜଙ୍ଗଲ ଓ ପରିବେଶ ବିଭାଗ ଚନ୍ଦ୍ରଗିରି ରେଞ୍ଜ ପକ୍ଷରୁ ୭୩ ତମ ବନ ମହୋତ୍ସବ ପାଳନ ଅବସରରେ ସାନଖେମୁଣ୍ଡି ବ୍ଲକ୍ ଅନ୍ତର୍ଗତ ପୋଡ଼ାମାରି କଲେଜ ପରିସରରେ ଏକ ସଚେତନସଭା ସହ ଚାରାରୋପଣ କରାଯାଇଥିଲା। କଲେଜ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ରଙ୍କ ସଭାପତିତ୍ବ ଓ ଅଧ୍ୟାପକ ପ୍ରଭୁଦତ୍ତ ବ୍ରହ୍ମାଙ୍କ ସଂଯୋଜନାରେ ଅନୁଷ୍ଠିତ ସଚେତନ ସମାବେଶରେ ମୁଖ୍ୟଅତିଥି ଭାବେ ପରିବେଶବିତ ତଥା ବନ୍ୟ ପ୍ରାଣୀ ସଂରକ୍ଷକ ଡ ଅନନ୍ତରାମ କର , ଚନ୍ଦ୍ରଗିରି ବନାଞ୍ଚଳ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସରପଞ୍ଚ ସନ୍ତୋଷ ବିଷୋୟୀ ବନପାଳ ବାରିକ ବେହେରା ପ୍ରମୁଖ ବକ୍ତବ୍ୟ ଦେଇ ମାନବ ସଭ୍ୟତା ଓ ସଂସ୍କୃତିର ସୃଷ୍ଟି ବିକାଶ ଓ ବିନାଶ ରେ ସବୁଜିମାମୟ ଜଙ୍ଗଲ ଓ ବୃକ୍ଷରାଜି ର ମହତ୍ତ୍ଵ ସମ୍ପର୍କରେ ଆଲୋକପାତ କରିଥିଲେ। ଅତିଥି ଓ ଛାତ୍ର ଛାତ୍ରୀ ମାନେ କଲେଜ ପରିସରରେ ବିଭିନ୍ନ କିସମର ଚାରା ରୋପଣ କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Top Stories ନ୍ୟୁଜ୍