ଧରାକୋଟ, ବଡଗଡ,ସୋରଡ଼ା, ଗାଙ୍ଗପୁରର,ଶେରଗଡ଼ ଥାନା ଇଲାକାରେ ଏବେ ଚୋରଙ୍କ ଆତଙ୍କ ବଢ଼ି ଚାଲିଛି । ସନ୍ଧ୍ୟା ହେଲେ ଗାଁ ଗାଁରେ ତାଟି କବାଟ ପଡୁଛି । କି ପୁରୁଷ,କି ସ୍ତ୍ରୀ ସମସ୍ତେ ଚୋରକୁ ପାଳିକରି ଜଗୁଛନ୍ତି । ଗାଁ ମୁଣ୍ଡ,ସାହି,ବସ୍ତି ସବୁଠି ଠେଙ୍ଗା , ବାଡି ଧରି ଲୋକେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲୁଛନ୍ତି। ପୋଲିସ ପାଖରେ ସୂଚନା ପହଞ୍ଚିବାପରେ ବ୍ଲକିଂ, ଚେକିଙ୍ଗ ଓ ପେଟ୍ରୋଲିଙ୍ଗ କଡାକଡି କରାଯାଇଛି । ବିଭିନ୍ନ ଛକ ସ୍ଥାନରେ ପୋଲିସ ଜଗିରହୁଛନ୍ତି। ଏହି ସବୁ ଥାନା ଇଲାକାରେ ଏକାଧିକ ଗୋଷ୍ଠୀରେ ବିଭକ୍ତ ହୋଇ ଚୋରମାନେ ଘରେ ପଶିବାକୁ ଉଦ୍ୟମ ଆରମ୍ଭ କରି ଛନ୍ତି। କେତେକ ସ୍ଥାନରୁ ଚୋରୀ କରିବାରେ ସଫଳ ହୋଇଥିବାବେଳେ କେତେକ ସ୍ଥାନରେ ବିଫଳ ହୋଇଛନ୍ତି । ନାରାୟଣପୁର, ବଡୁଲା, ମାଣିକପୁର, ଭରତପାଲି,ବାରିଗୁଡ଼ା,କୁଲଗଡ, ବରଦାବାଲି, ସିଙ୍ଗିପୁର,ନୂଆଗଡ, ବାହରପୂର୍, ଢଉପଦା, ପନିବନ୍ଧ,ମହୁପଦର୍, ତତାବାଲି, ନନ୍ଦିଗୋର ପ୍ରଭୁତି ଗ୍ରାମରେ ଚୋରପଶି କେଉଁଠୁ ଚୋରୀ କରି ନେଇଛନ୍ତି କେଉଁଠି ଲୋକେ ଜଗିରହିଥିବା ଦେଖି ଦୌଡ଼ି ପାଲୋଉଛନ୍ତି। ଗାଁ ଗାଁରେ ଲୋକଙ୍କ ସହ ପୋଲିସ ମିଶି ଚୋରକୁ ଧରିବାକୁ ଉଦ୍ୟମ ଚଳାଇଛନ୍ତି। ଗାଁଲୋକ ମାନେ ପୋଲିସକୁ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି । ଫଳରେ ପୋଲିସ ପେଟ୍ରୋଲଲିଙ୍ଗ ଜୋରଦାର ହେଉଛି। ଏସଂପର୍କରେ ପୋଲିସ ର ପ୍ରତିକ୍ରିୟା ହେଲା ଲୋକଙ୍କର ଧନଜୀବନର ସୁରକ୍ଷା ଆମ ଦାୟିତ୍ଵ, ଲୋକେ ସହଯୋଗ କଲେ ଆମେ ଆହୁରି ଆଗକୁ ବଢ଼ିବାକୁ ପ୍ରୟାସ କରିବୁ । ଗୋଟିଏ ପଟେ ଚୋରମାନେ ପୋଲିସ କୁ ଚକମା ଦେଖାଉଥିବାବେଳେ ପୋଲିସ ମଧ୍ୟ ଚୋରଙ୍କ୍ ପାଇଁ କାଉଣ୍ଟ ଡାଉନ୍ ଆରମ୍ଭ କରିଛି।

