ବିଦ୍ୟୁତ ବିଭାଗ ପକ୍ଷରୁ ଭ୍ରମୟମାଣ ସ୍ଵାସ୍ଥ୍ୟ ଶିବିର

ବିଦ୍ୟୁତ ବିଭାଗ ପକ୍ଷରୁ ଭ୍ରମୟମାଣ ସ୍ଵାସ୍ଥ୍ୟ ଶିବିର

0 0
Read Time:1 Minute, 45 Second

ପାୱାର ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟି.ପି.ଏସ.ଓ.ଡି.ଏଲ) ପକ୍ଷରୁ ଆସିକା ସେକ୍ସନ ଅଧିନସ୍ଥ ସହର ର ରେଡ଼ିକା ସାହି ରେ ଗ୍ରାହକ ସମସ୍ୟା ସମାଧାନ ଓ  ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି।  ବିଦ୍ୟୁତ୍ ଯୋଗାଣ କମ୍ପାନୀ ର ଏହି ଜନ ସଂପର୍କ କାର୍ଯ୍ୟକ୍ରମ ରେ ଆସିକା ଡିଭିଜନ୍ ନିର୍ବାହୀ ଯନ୍ତ୍ରୀ ଇଂ.ତପନ ସୁଆର, ବାଣିଜ୍ୟିକ ମୁଖ୍ୟ ହେମନ୍ତ ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଶିବିର ରେ ସହକାରୀ ଯନ୍ତ୍ରୀ ରାକେଶ ପାତ୍ରଙ୍କ ସଂଯୋଜନା ରେ ଏସଡିଓ ରଶ୍ମି ରଂଜନ ମହାପାତ୍ର ଓ ଅନ୍ୟାନ୍ୟ ଅଧିକାରୀ ସ୍ଥାନୀୟ ୨୮ ଜଣ ହିତାଧିକାରୀ ଙ୍କ ବିଦ୍ୟୁତ୍ ଦେୟ ସମସ୍ୟା ସମାଧାନ କରାଯାଇଥିଲା।ପରେ ଭ୍ରାମ୍ୟମାଣ ଚିକିତ୍ସା ଗାଡ଼ି ସହ ବ୍ରହ୍ମପୁର ମୁଖ୍ୟ କାର୍ଯ୍ୟାଳୟ ରୁ ଆସିଥିବା ଡ଼ା. ତମନା ମିଶ୍ର, ପ୍ରିୟଦର୍ଶିନୀ ପଟ୍ଟନାୟକ,ଲକ୍ଷ୍ମୀ ନାରାୟଣ ଚୌଧୁରୀ ଆୟୋଜିତ ସ୍ୱାସ୍ଥ୍ୟ ଶିବିରରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଶିବିରରେ୮୨ ଲୋକଙ୍କୁ ବିନା ମୂଲ୍ୟରେ ଔଷଧ ବିତରଣ କରାଯାଇଥିଲା।ଟି.ପି.ଏସ.ଓ.ଡି.ଏଲ ସ୍ଥାନୀୟ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।ଟି.ପି.ଏସ.ଓ.ଡି.ଏଲ ଏହିଭଳି ଜନ ସଂପର୍କ କାର୍ଯ୍ୟ ସାଧାରଣରେ ପ୍ରଶଂସା ଭାଜନ ହୋଇପାରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ନ୍ୟୁଜ୍ ସ୍ୱାସ୍ଥ୍ୟ