ଦୀର୍ଘଦିନ ହେଲା ଆସିକା ତଥା ଆଖପାଖ ଅଞ୍ଚଳରେ ମୋବାଇଲ ଟାୱାର ରୁ ବେଟେରି ଚୋରି ସମ୍ବନ୍ଧେ ଅଭିଯୋଗ ହୋଇ ଆସୁଥିଲା l ଏସକ୍ରାନ୍ତ ରେ ଆସିକା ପୋଲିସ କୁ ଏହି ଚୋରୀ ଦଳ ଠାବ କରିବାରେ ସଫଳତା ମିଳିଛି l ମୋଟ ୨୫୩ ଗୋଟି ଚୋରା ବେଟେରି କୁ ଉଦ୍ଧାର କରାଯାଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବନେଇ ଆକଳନ କରାଯାଇଛି l ଘଟଣା ରେ ସମ୍ପୃକ୍ତ ଚୋର ଏବଂ ସ୍କାର୍ଫ ବେପାରୀ କୁ ମିଶାଇ ଚାରିଜଣ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଚଳାଇଛି l ବନ୍ୟା ଓ ବାତ୍ୟା ସମୟରେ ଅଧିକ ଟାୱାର ରେ ସିସିଟିଭି ପୁଟେଜ ଖଞ୍ଜା ଯାଇନଥିବା ବେଳେ ସିକୁରିଟି ଗାର୍ଡ ର ବ୍ୟବସ୍ଥା ନଥିବା ଏବଂ ନିକlଞ୍ଚନ ସ୍ଥାନରେ ଟାୱାର ଗୁଡିକ ସ୍ଥାପନ ହୋଇଥିବା ଜାଗାରୁ ଏହି ଚୋରମାନେ ଅନାୟସ ରେ ଚୋରି କରିବାର ସକ୍ଷମ ହୋଇ ଆସୁଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀ ରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମା ଶଙ୍କର ସିଂ ସୂଚନା ଦେଇଛନ୍ତି l

