ବାଇକ ଆରୋହି ମଣିଆ ଜେନା(୩୫) ଦୁର୍ଘଟଣାରେ ମୃତ ହୋଇଛି।ତାଙ୍କ ଘର ଶେରଗଡ଼ ଥାନା ଅନ୍ତର୍ଗତ ମହୁପଦର ଗ୍ରାମ ଅଟେ।ସେ ନିଜ ବାଇକେ ନଂ OD32C-3932 ରେ ଶଶୁର ଘର କବିସୂର୍ଯ୍ୟନଗର ସଦାବର୍ତ ନୂଆଗାଁକୁ ଯାଉଥିଲେ।ଆସିକା କଲେଜ ଛକ ନିକଟ କୋଟିନାଡ଼ା ମଶାଣି ପାଖରେ ଦୁର୍ଘଟଣା ଘଟିଥିଲା।ଅତ୍ୟନ୍ତ ଗୁରୁତର ଅବସ୍ଥାରେ ତାଙ୍କୁ ଆସିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତର ମୃତ ଘୋଷଣା କରିଥିଲେ।ପୋଲିସ ଥାନା କେଶ ନଂ ଥାନା କେଶ ନଂ ୩୧୦/୨୨ରେ ମାମଲା ରୁଜୁ କରି ତଦନ୍ତ କରୁଛି।ସେହିଭଳି ଆସିକା ଥାନା ଅନ୍ତର୍ଗତ ପାଟଳିଗୁଡା ନିକଟରେ ସାଇକେଲ ଅରୋହିକୁ ପଛପଟୁ କାର ଧକ୍କା ଦେବାରୁ ନଳବଣ୍ଟା ଗ୍ରାମର କୈଳାଶ ସାହୁଙ୍କ ମୂର୍ତ୍ୟୁ ହୋଇଛି।ସେ ଆସିକା ଭଗବତୀ କ୍ଲଥ ଷ୍ଟୋର ରେ କାମ କରୁଥିଲେ।ପ୍ରତିଦିନ ଭଳି ସେ ସାଇକେଲରେ ଘରକୁ ଫେରୁଥିଲା ବେଳେ ପାଟଳୀଗୁଡା ଠାରେ ଆସିକା ପଟୁ ବ୍ରହ୍ମପୁର ପଟ ଆଡେ ଦୃତଗତିରେ ଯାଉଥିବା ଏକ କାର କୈଳାସ ଙ୍କ ସାଇକେଲକୁ ପଛପଟୁ ଧକ୍କା ଦେଇଥିଲେ।ଘଟଣା ସ୍ଥଳରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଆସିକା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା।ଡାକ୍ତର ମୃତ ଘୋଷଣା କରିଥିଲେ।ଆସିକା ଥାନା କେଶ ନଂ ୩୧୧/୨୨ ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି।
ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ
Read Time:1 Minute, 37 Second
