ପୁଅର ଶାବଳ ମାଡ଼ରେ ମା ମୃତ

ପୁଅର ଶାବଳ ମାଡ଼ରେ ମା ମୃତ

0 0
Read Time:1 Minute, 0 Second

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା  ନୂଆଗାଁ ରେ ଜଣେ ନିଶାଶକ୍ତ ପୁଅ ତା ବିଧବା ମା କୁ ଶାବଳ ରେ ପିଟି ହତ୍ୟା କରିବା ପରି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ବିଧବା ମା ନୂଆଗାଁ ମୁଣ୍ଡା ସାହିର ଟୁଲେଇ ମୁଣ୍ଡା ଅଟନ୍ତି।ଅଭିଯୁକ୍ତ ହେଲେ ତାଙ୍କ ପୁଅ ଡବରୁ ମୁଣ୍ଡା।

ଗଗୁରୁବାର ଦିନ ଡବରୁ ନିଶାଶକ୍ତ ଅବସ୍ଥାରେ ରାତିରେ ଘରକୁ ପହଂଚିବା ପରେ ତା ମା ଟୁଲେଇ ପୁଅର ଏପରି ଅବସ୍ଥା ଦେଖି ତାଗିଦ କରିଥିଲେ।ପରେ ଦୁଇଜଣକ ମଧ୍ୟରେ ଉଚ୍ଚ ବାଚ ହୋଇଥିଲା।ଏଥିରେ ଡବରୁ ଉତକ୍ଷିପ୍ତ ହୋଇ ତା ମା କୁ ପିଟିଥିଲା ଓ ଘରେ ଥିବା ଶାବଳରେ ମାଙ୍କ ମୁଣ୍ଡ କୁ ପ୍ରହାର କରିବାରୁ ଜୀବନ ଚାଲି ଯାଇଥିଲା। ଘଟଣା ପ୍ରଘଟ ହେବାପରେ ପୋଲିସ ପହଞ୍ଚି ଅଭିଯୁକ୍ତ ପୁଅକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ