ରସିଦ ଜାଲିଆତି କରି କମ୍ପାନୀ ଟଙ୍କା ହଡ଼ପ ଅଭିଯୋଗରେ କର୍ମଚାରୀ ଗିରଫ

ରସିଦ ଜାଲିଆତି କରି କମ୍ପାନୀ ଟଙ୍କା ହଡ଼ପ ଅଭିଯୋଗରେ କର୍ମଚାରୀ ଗିରଫ

0 0
Read Time:1 Minute, 27 Second

ଆସିକା  

ବିଦ୍ୟୁତ୍  ଗ୍ରାହକ ଙ୍କ ପାଖରୁ ବକେୟା ବିଦ୍ୟୁତ୍ ବିଲ ସଂଗ୍ରହ କରି ନିୟୋଜିତ କମ୍ପାନୀ ନିକଟରେ ସଂଗୃହିତ ଅର୍ଥ ରାଶି ଜମା ନ କରିବା ଅଭିଯୋଗରେ ପୋଲିସ ଆଲିପୂର୍ ଗ୍ରାମର ଜଗନ୍ କୁମାର ଜେନା ଙ୍କୁ ଗିରଫ କରିଛି।ବିଦ୍ୟୁତ୍ ଯୋଗାଣ କମ୍ପାନୀ ଟାଟା ପାୱାର ପକ୍ଷରୁ ଗ୍ରାମାଞ୍ଚଳରେ ଗ୍ରାହକ ଙ୍କ ପାଖରୁ ବକେୟା ବିଦ୍ୟୁତ୍ ବିଲ ସଂଗ୍ରହ ନିମନ୍ତେ ନିୟୋଜିତ ଡି. ବି. ସଂସ୍ଥାରେ ଜଗନ ନିୟୋଜିତ ଥିଲେ। ଗ୍ରାହକ ଙ୍କ ନିକଟରୁ ରସିଦ ଦେଇ ଅର୍ଥ ସଂଗ୍ରହ କରିଥିବା ବେଳେ ରସିଦ ଜାଲିଆତି କରି ସେ କମ୍ ଅର୍ଥ ରାଶି ଦର୍ଶାଇ କମ୍ପାନୀ ବ୍ୟାଙ୍କ ଏକାଉଣ୍ଟ୍ ରେ  ଜମା କରୁଥିବା ନେଇ ଅଭିଯୋଗ ହୋଇଥିଲା।ଡି. ବି. ସଂସ୍ଥା ର ଆସିକା ଶାଖା ମ୍ୟାନେଜର ଜିତେନ୍ଦ୍ର ଝରଜାରି ଙ୍କ ଅଭିଯୋଗ ଅନୁଯାୟୀ ଥାନା କେସ ନଂ ୨୯୬/୨୨ ରେ ମାମଲା ରୁଜୁ ହୋଇ ଜଗନ୍ କୁମାର  ଙ୍କୁ ପୋଲିସ ଗିରଫ କରିଛି।ତାଙ୍କ ନିକଟରୁ ୨୬ ୬୦୦ ଟଙ୍କା ଜବତ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ପ୍ରକାଶ କରିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ନ୍ୟୁଜ୍