ଅବସରପ୍ରାପ୍ତ ଜଣେ ଶିକ୍ଷକ ଙ୍କ ଇଂକ୍ରିମେଣ୍ଟ ପେପର କୁ ଜିଲ୍ଲା ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ କୁ ପଠାଇବା ନିମନ୍ତେ ପାଞ୍ଚ ହାଜର ଟଙ୍କା ଲାଞ୍ଚ ମାଗି ରଙ୍ଗେହାତ ଗିରଫ ହୋଇଛି କିରାଣୀ ମନୋଜ କୁମାର ପ୍ରଧାନ।ଆସିକା ବସଷ୍ଟାଣ୍ଡ ଠାରେ
ଶିକ୍ଷକ ଜଣକ ପାଞ୍ଚଶହ ଟଙ୍କିଆ ଦଶ ଗୋଟି ନୋଟକୁ କିରାଣୀଙ୍କୁ ଦେବା ସମୟରେ ପୂର୍ବ ପ୍ରସ୍ତୁତି ପ୍ରକାରେ ଭିଜିଲାନ୍ସ ଟିମ ଧରିଥିଲେ।କିରାଣୀଙ୍କୁ ଧରି ତାଙ୍କ କାର୍ଯ୍ୟାଳୟ ଆସିକା ବି ଇ ଓ ଅଫିସ ଏବଂ ବାଣୀବିହାର ରେ ରହୁଥିବା ଶଶୁର ଘରେ ମଧ୍ୟ ରେଡ଼ କରାଯାଇଛି।ସର୍ଚ୍ଚ ତାଲିକା ପ୍ରସ୍ତୁତ କରିବା ସହ ନଗଦ ପାଞ୍ଚ ହଜାର ଏବଂ କିରାଣୀ ମନୋଜଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟକୁ ନିଆଯାଇଛି।ଭିଜିଲାନ୍ସ ଡି ଏସ ପି ଶରତ ସାହୁଙ୍କ ନେତୃତ୍ୱରେ ଦଶ ଜଣିଆ ଭିଜିଲାନ୍ସ ଟିମ ଏ ଚଢ଼ାଉର ଭାଗ ନେଇଥିଲେ।ପ୍ରକାଶ ଥାଉକି ଆସିକା ଗୋଷ୍ଠି ଶିକ୍ଷାଧୀକାରୀ କାର୍ଯ୍ୟାଳୟ ଅନ୍ତର୍ଗତ କେଶରାପଲ୍ଲୀ ସରକାରୀ ହାଇ ସ୍କୁଲରେ କାର୍ଯ୍ୟ
କରୁଥିବା ନବଘନ ଗୌଡ଼ ଗତ ୩୦ ଅପ୍ରିଲ ୨୦୨୨ରେ ଅବସର ନେଇଛନ୍ତି।କିନ୍ତୁ ତାଙ୍କର ୨୦୧୯ ସେପ୍ଟେମ୍ବର ରେ ୩୦ ବର୍ଷୀୟା ଇଂକ୍ରିମେଣ୍ଟ ପ୍ରାପ୍ୟ ଦଲୀଳକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିକଟକୁ ଯାଇ ପାରିନଥିଲା।ଏଥି ପାଇଁ ନବଘନ ବାରମ୍ବାର କାର୍ଯ୍ୟାଳୟ କୁ ଦଉଡି ନୟାନ୍ତ ହୋଇଥିଲେ।ଶେଷରେ କିରାଣୀଙ୍କ ଇଚ୍ଛା ମୁତାବକ ଲାଞ୍ଚ ଦେବାକୁ ରାଜି ହୋଇ ସେ ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ।ଶେଷରେ ଲାଞ୍ଚୁଆ କିରାଣୀ ମନୋଜ ପ୍ରଧାନ ଲାଞ୍ଚ ଟଙ୍କା ସହ ଗିରଫ ହୋଇଛନ୍ତି।
ଭିଜିଲାନ୍ସ ଜାଲରେ ଆସିକା ବି ଇ ଓ ଅଫିସର କିରାଣୀ
Read Time:2 Minute, 9 Second

