କାନପୁର ୧୦-୭ ପୋଲିସ୍ ହେପାଜତରୁ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ପୁଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ନିହତ ହୋଇଥିବା ଜଣାପଡ଼ିଛି। କାନପୁରକୁ ଆଣିବା ବେଳେ ଖସି ପଳାଇବାକୁ ଚେଷ୍ଟା କରିଥିଲା ବିକାଶ। ଖସି ପଳାଇବାକୁ ଯାଉଥିବା ବେଳେ ଠେଲାପେଲା ହୋଇ କାନପୁର ନିକଟରେ STF ଗାଡ଼ି ଓଲଟି ପଡିଥିଲା। ପରେ ପୋଲିସଠାରୁ ବନ୍ଧୁକ ନେବାକୁ ଚେଷ୍ଟା କରୁଥିବା ବେଳେ ଏନ୍କାଉଣ୍ଟର କରାଯାଇଥିଲା। ଗତକାଲି ବିକାଶକୁ ଉଜ୍ଜୈନରୁ ଗିରଫ କରାଯାଇଥିଲା। ରାତିରେ ୟୁପି ପୁଲିସ ଓ ଏସଟିଏଫ୍ ଟିମ ଦ୍ୱାରା ତାକୁ କାନପୁରକୁ ଅଣାଯାଉଥିଲା। ଏହି ସମୟରେ ୟୁପି ଏସଟିଏଫର ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେହି କାରରେ ଗିରଫ ହୋଇଥିବା ବିକାଶ ଦୁବେ ଥିଲା ବୋଲି କୁହାଯାଉଛି। ଦୁର୍ଘଟଣା ପରେ ବିକାଶ ପୁଲିସର ବନ୍ଧୁକ ଛଡାଇ ସେଠାରୁ ଖସିଯିବାକୁ ମଧ୍ୟ ଉଦ୍ୟମ କରିଥିଲା। ଏଥିରେ ପୁଲିସ ଓ ବିକାଶ ମଧ୍ୟରେ ଭିଡାଟଣା ହୋଇଥିଲା। ପରେ ପୁଲିସ ଗୁଳିରେ ବିକାଶର ମୃତ୍ୟୁ ହୋଇଛି ବୋଲି କୁହାଯାଉଛି।

