ଭିଜିଲାନ୍ସ ଜାଲରେ ଗଜପତି ଜିଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ

ଭିଜିଲାନ୍ସ ଜାଲରେ ଗଜପତି ଜିଲା ନୂଆଗଡ଼ ବ୍ଲକ ଶିକ୍ଷା ଅଧିକାରୀ

0 0
Read Time:2 Minute, 30 Second

ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିଲେ ୩୦ ହଜାର ଟଙ୍କା, ଭିଜିଲାନ୍ସ ହାତରେଧରାପଡ଼ିଲେଗଜପତି ଜିଲ୍ଲା ନୂଆଗଡ ବ୍ଲକର ଶିକ୍ଷା ଅଧିକାରୀ ବ୍ରଜସୁନ୍ଦର ନାୟକ

ପାରଳାଖେମୁଣ୍ଡି:୧୧/୨(ଗରୁଡ଼ ଧ୍ଵଜଚୌଧୁରୀ) ଗଜପତି ଜିଲ୍ଲା ନୂଆଗଡ ବିଇଓ ବ୍ରଜସୁନ୍ଦର ନାୟକଙ୍କ ଅସଲ ମୁଖା ଖୋଲିଯାଇଛି। ୨୦୧୮ ଜୁଲାଇ ୧୦ତାରିଖ ଦିନ ନୂଆଗଡ ବିଇଓ ଭାବେ କାର୍ଯ୍ୟରେ ଯୋଗ ଦେବା ଦିନଠାରୁ ତାଙ୍କ ନାମରେ ଅଭିଯୋଗ ହୋଇ ଆସୁଥିଲା। ଏବିଇଓ ଭାବେ ରା.ଉଦୟଗିରି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ଥିବାବେଳେ ମଧ୍ୟ ତାଙ୍କ ନାମରେ ସମ ପ୍ରକାର ଅଭିଯୋଗ ଥିଲା। ଚାକିରି ଭୟରେ କୌଣସି ଶିକ୍ଷକ ମୁହଁ ଖୋଲୁନଥିଲେ।ଅଭିଯୋଗ ମୁତାବକ ୨୦୨୦ ନଭେମ୍ବର ଠାରୁ ୨୦୨୧ ଅକ୍ଟୋବର ମାସ ପର୍ଯ୍ୟନ୍ତ ୧୨ମାସର ଦରମା କରିବା ପାଇଁ ବିଭିନ୍ନ ହଇରାଣ ହରକତ କରୁଥିଲେ ବିଇଓ। ଏହି ଏକବର୍ଷ ମଧ୍ୟରେ ଅଭିଯୋଗକାରୀ ବିଭିନ୍ନ ଦୋକାନି ଓ ଶିକ୍ଷକମାନଙ୍କ ଠାରୁ ଧାର ଉଧାର କରି ସଂସାର ଚଳାଉଥିଲେ। ଆଉ ସାତ ମାସ ପରେ କାର୍ଯ୍ୟରୁ ଅବସର ନେଇଥାନ୍ତେ ଅଭିଯୋଗକାରୀ ଶିକ୍ଷକ। ତଥାପି ଦୟାମାୟା ନଥିଲା ବ୍ରଜବାବୁଙ୍କର।କେବଳ ଦରମା ଟଙ୍କା ନୁହଁ ୬ଲକ୍ଷ ୩୮ହଜାର ଟଙ୍କାର ଏରିଅର ବିଲ ମଧ୍ୟ କରାଇ ଦେଉନଥିଲେ। ଶେଷରେ ଉପାୟ ନପାଇ ନିଜ ସଙ୍ଗାତ ଭାଇକୁ ବାଟକୁ ଆଣିବା ପାଇଁ ଭିଜିଲାନ୍ସର ସହାୟତା ନେଇଥିଲେ ଶିକ୍ଷକ ଜଣକ। ଆଜି ଅପରାହ୍ନରେ ଦାବି ମୁତାବକ ଟଙ୍କା ନେଉଥିବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ମାଡି ବସିଥିଲେ ଟଙ୍କା ସହ। ଏଭଳି କାରବାରରେ କାର୍ଯ୍ୟାଳୟର କ୍ଳର୍କ ଓ ଏବିଇଓ ମଧ୍ୟ ସାମିଲ ଥିବା ଅଭିଯୋଗ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ ବ୍ରଜ କୁମାର ନାଏକ ସମ୍ବଲପୁର ଅପ-ଗ୍ରେଡେ଼ଡ଼ ହାଇସ୍କୁଲରେ ଶିକ୍ଷକ ଥିବା ସମୟରେ ସଙ୍ଗାତ ଭାଇ କ୍ଷୀରୋଦ ଚନ୍ଦ୍ର ନାୟକ ସମ୍ବଲପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ତଦନ୍ତ ପରେ ଭିଜିଲାନ୍ସ ଟିମ ବ୍ରଜ କୁମାର ନାୟକଙ୍କୁ ନିଜ ସାଙ୍ଗରେ ନେଇ ବ୍ରହ୍ମପୁର ଚାଲି ଯାଇଛନ୍ତି

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ ଦେଶ ବିଦେଶ