Read Time:1 Minute, 4 Second
ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ ଙ୍କ ନିର୍ଦେଶ ପ୍ରକାରେ ତ୍ରି-ସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚୋରା ମଦ ବିକ୍ରି ରୋକିବା ସହ ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ କରିବା ନିମନ୍ତେ ଆଜି ମୋହନା ଅଂଚଳରେ ଅଚାନକ ପୋଲିସ ଓ ଅବକାରୀ ବିଭାଗ ଚଡାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ଲକ୍ଷ ଲକ୍ଷ ଟଙ୍କାର ଦେଶୀ ମଦ ରନ୍ଧା ସାମଗ୍ରୀ ଜବତ କରି ନଷ୍ଟ କରିଛନ୍ତି।ଏହି ମୋହନା ବ୍ଲକର ଦୁର୍ଗମ ଅଞ୍ଚଳର ପାହାଡ଼ସହ ନଈ ତଟରେ ଦେଶୀ ମଦ ବ୍ୟାପକ ପରିମାଣରେ ଲୋକେ ଚୋରାରେ ରାନ୍ଧୁ ଥିବା ଖବର ପାଇ ଆଜି ମିଳିତ ଚଡାଉ କରିଥିଲେ।ଏହି ମିଳିତ ଚଡାଉ ଅଡବା ଥାନା ଅନ୍ତର୍ଗତ ଅଲିଗଣ୍ଡା ପଞ୍ଚାୟତ ଅନ୍ତର୍ଗତ ବେଗଣ୍ଡା ଅଞ୍ଚଳରେ ହୋଇଥିଲା।ଏହି ଘଟଣାରେ କେହି ଗିରଫ ହୋଇନଥିବା ଜଣାପଡିଛି।

