ଖମ୍ବେଶ୍ୱରୀଙ୍କ ନଵଦିନାତ୍ମକ ପୁଜାରମ୍ଭ:ଶୈଳପୁତ୍ରୀ ଭାବେ ପୂଜା ଅର୍ଚନା

ଖମ୍ବେଶ୍ୱରୀଙ୍କ ନଵଦିନାତ୍ମକ ପୁଜାରମ୍ଭ:ଶୈଳପୁତ୍ରୀ ଭାବେ ପୂଜା ଅର୍ଚନା

0 0
Read Time:2 Minute, 32 Second

ଆସିକା(୧୧.୧୦)ଆସିକାର ଅରାଧ୍ୟ ଦେବୀ ମା ଖମ୍ବେଶ୍ୱରୀ ଠାକୁରାଣୀଙ୍କ ନବ ଦିନାତ୍ମକ ଆରମ୍ଭ ହୋଇଛି। ମାଙ୍କୁ ଶୈଳପୁତ୍ରୀ ରୂପେ ପୂଜା କରାଯାଇଛି। ଦିନ ତାମମ ପୂଜାପାଠ, ହୋମଯଜ୍ଞ,ଅନ୍ନଯଜ୍ଞ ଓ ଚଣ୍ଡୀପାଠ ଅନୁଷ୍ଠିତ ହୋଇଥିଲା।ପ୍ରାତଃ କାଳରୁ ଦେବୀଙ୍କ ଦ୍ୱାର ଫିଟାନୀତି,ସ୍ନାନଵିଧି ପରେ ମାଙ୍କ ଦର୍ଶନ ଆରମ୍ଭ ହୋଇଥିଲା। ଋଷିକୂଲ୍ୟା ପଠାରେ ବିଧିପୂର୍ବକ ପୂଜାର୍ଚ୍ଚନା କରାଯାଇ କର୍ତ୍ତା ତଥା ମୁଖ୍ୟ ପୂଜାରୀ ମନୋଜ ମୁନୀ ପବିତ୍ର ଜଳକୁ କଳସରେ ସଂଗ୍ରହ କରାଯାଇ ଜଳଯାତ୍ରାରେ ଅର୍ଚକ, ଭକ୍ତ ଓ ଗ୍ରାମବାସୀ ହୋମ ଘରେ ସ୍ଥାପନା କରିଥିଲେ।ଦେବଦେବୀଙ୍କ ଆବାହନ ସହ ଶାଲା ପୁଜା ,ଘଟପୁଜା, ବାସ୍ତୁପୂଜା,ଗ୍ରହମଣ୍ଡଳ ଓ ସୂର୍ଯ୍ୟ ପୂଜା କରାଯିବା ପରେ ରାଜଭୋଗ ହୋଇ ଦେବୀଙ୍କୁ ପହଡ କରାଯାଇଥିଲା।ସନ୍ଧ୍ୟା ଆଳତି ବେଳେ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିଲା।ଭକ୍ତମାନେ ନିଜର ମନସ୍କାମନା ପୂର୍ଣ ପାଇଁ ଦିନ ତମାମ ଅଖଣ୍ଡଦୀପ ମାଙ୍କ ପୀଠରେ ପ୍ରଜ୍ବଳନ କରିଛନ୍ତି l ପଣ୍ଡିତ ରାଜେନ୍ଦ୍ର ପାଢ଼ୀଙ୍କ ଦ୍ଵାରା ଚଣ୍ଡୀ ପାଠ, ଆଚାର୍ଯ୍ୟ ଭାବେ ମହେନ୍ଦ୍ର ଶତପଥୀ ପ୍ରଚାରକ ଦାଇତ୍ୱ ତୁଲାଇଥିଲେ ସନ୍ତୋଷ ତ୍ରିପାଠୀ l ସକାଳୁ ସୂର୍ଯ୍ୟପୂଜା, ଶାଲାପୁଜା,ଘଟପୁଜା, ଗ୍ରହମଣ୍ଡଳ ପୂଜା, ନୈବେଦ୍ୟ ସଂସ୍କାର, ଷୋଡଶ ଉପଚାରରେ ପୂଜା,ବିଲ୍ଵପତ୍ର ସହସ୍ରା ଅର୍ଚ୍ଚନ,ହୋମ,ଯଜ୍ଞର ଅୟୋଜନ ହୋଇଥିଲା। ପରିଚାଳନା କମିଟିର ସଭାପତି ସତ୍ୟନାରାୟଣ ସ୍ୱାଇଁ,ସଦସ୍ୟ ମନୋଜ ମୁନୀ,ସଚିଦାନଦ ଖଟ୍ଟାଇ ,ଅର୍ଚକ ବୃନ୍ଦ ,ଗ୍ରାମବାସୀ ଙ୍କ ସହଯୋଗରେ ପୂଜାର୍ଚ୍ଚନା ଚାଲିଥିଲା।ସେହିଭଳି ଆସିକା ର ଶ୍ୟାମାକାଳୀ ମନ୍ଦିର, ଦଣ୍ଡକାଳୀ ମନ୍ଦିର, ଠାକୁରାଣୀ ମନ୍ଦିର, କାଳଷଣ୍ଢପୁର ଦଣ୍ଡ କାଳି ମନ୍ଦିର ଭଳି ଅଞ୍ଚଳ ର ସମସ୍ତ ଦେବୀ ପୀଠ ରେ ନଵଦିନାତ୍ମକ ପୂଜା ମହା ସମାରୋହର ରେ ପାଳିତ ହୋଇଛି l ସମସ୍ତ ମନ୍ଦିର ର ପରିଚାଳନା କମିଟି, ଗ୍ରାମବାସୀ ସହଯୋଗ ଏଥିରେ ସହଯୋଗରେ ସମାପ୍ତ ହୋଇଛି l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ