ଧରାକୋଟ,09.10.2026
ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ୟୁନିଅନ ବ୍ୟାଙ୍କ ଦ୍ୱାରା ବିତ୍ତିୟ ସ୍ଵାକ୍ଷର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ସାମାଜିକ ସୁରକ୍ଷା ବୀମା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ଦୁଇଟି ମୃତକ ପରିବାର କୁ ୨ ଲକ୍ଷ ଲେଖାଏଁ ବୀମା ରାଶି ପ୍ରଦାନ କରାଯାଇଛି। ବାର୍ଷିକ ୪୩୬ ଦେଇ
୧୮ରୁ ୫୦ ବର୍ଷ ବୟସ ଧାରୀ ଯେକୌଣସି ବ୍ୟକ୍ତି ବ୍ୟାଙ୍କ କିମ୍ବା ଡାକଘରର ଖାତା ଥିଲେ ଏହି ଯୋଜନା ରେ ପଞ୍ଜିକରଣ କରି ଯୋଜନା ରେ ସାମିଲ ହୋଇ ପାରିବେ। ବିମା ଧାରି ବ୍ୟକ୍ତି ଙ୍କ ମୃତ୍ୟୁ ପରେ ତାଙ୍କ ପରିବାର କୁ 2 ଲକ୍ଷ ଟଙ୍କା ର ଅର୍ଥ ରାଶି ଯୋଗାଇ ଦିଆଯାଏ। ସେହି କ୍ରମରେ ଆଜି ମୁଣ୍ଡମରାଇ ୟୁନିୟନ ବ୍ୟାଙ୍କ ପକ୍ଷରୁ କୁଶରାଵ ଗ୍ରାମର ମୃତକ ତମାଳ ଗୌଡ଼ଙ୍କ ସ୍ୱାମୀ ମହେଶ୍ୱର ଗୌଡ଼ ଓ ବାହାଡାଗୁଡା ଗ୍ରାମର ମୃତକ ଛବିତା ନାୟକ ଙ୍କ ସ୍ୱାମୀ ଲମ୍ବୋଦର ନାୟକଙ୍କ ଗ୍ରାମକୁ ନିଜେ ବ୍ୟାଙ୍କ କର୍ମଚାରୀ ପହଂଚି 2 ଲକ୍ଷ ଲେଖାଏଁ ବୀମା ଟଙ୍କା ପ୍ରଦାନ କରିଛନ୍ତି।ଏହି ଅର୍ଥରାଶି ପ୍ରଦାନ ସମୟରେ ମୁଣ୍ଡମରାଇ ଶାଖା ପରିଚାଳକ ପ୍ରଶାନ୍ତ କୁମାର ଜାନି, ସି.ଏଫ.ଏଲ କନସେଲର ମଣ୍ଟୁ କୁମାର ଜେନା, ବ୍ୟାଙ୍କ ମିତ୍ର ମମତା କୁମାରୀ ସାହୁ ଓ ସ୍ଥାନୀୟ ସି.ଆର.ପି ଉପସ୍ଥିତ ଥିଲେ।

