ମହାଲକ୍ଷ୍ମୀ ସହସ୍ରା ଅର୍ଚ୍ଚନ ଅବା କୁଙ୍କୁମ ପୂଜା ଅନୁଷ୍ଠିତ     

ମହାଲକ୍ଷ୍ମୀ ସହସ୍ରା ଅର୍ଚ୍ଚନ ଅବା କୁଙ୍କୁମ ପୂଜା ଅନୁଷ୍ଠିତ     

0 0
Read Time:2 Minute, 13 Second

ଆସିକାସ୍ଥିତ ତ୍ରିବିଧେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟାପ୍ପା ସ୍ୱାମୀ ସଙ୍ଗଠନ ପକ୍ଷରୁ ଏକ ସ୍ୱତନ୍ତ୍ର ପୂଜା ଭାବେ ମହାଲକ୍ଷ୍ମୀ ସହସ୍ରା ଅର୍ଚ୍ଚନ କୁଙ୍କୁମ ପୂଜାର ଅନୁଷ୍ଠିତ ହୋଇଛି।ସଂଗଠନ ପକ୍ଷରୁ ଗତ ନଭେମ୍ବର ୨୨ରୁ  ଆରମ୍ଭ ହୋଇଥିବା ୪୧ ଦିନର  ଏହି ପୂଜା ମଧ୍ୟରେ ସ୍ୱତନ୍ତ୍ର ପୂଜା ହେଉଛି କୁଙ୍କୁମ ପୂଜା ଅଟେ।ଏହି ପୁଜା ବା କାର୍ଯ୍ୟକ୍ରମରେ  ଗୁରୁସ୍ୱାମୀ ଶ୍ୟାମସୁନ୍ଦର ସ୍ୱାମୀଙ୍କ ତତ୍ୱବଧାନରେ ଆସିକା, ବ୍ରହ୍ମପୁର,ଭଞ୍ଜନଗର ଭଳି ଅନେକ ଅଂଚଳର ଆୟାପ୍ପା ସ୍ୱାମୀ ସଙ୍ଗଠନର ସଦସ୍ୟମାନେ ଉପସ୍ଥିତ ରହି ଏହି ପୂଜାର ସମାପନ କରିଥିଲେ।ଏହି ପୂଜାର ସ୍ୱତନ୍ତ୍ରତା ହେଲା ମହାଲକ୍ଷ୍ମୀ ଦେବୀଙ୍କ ପୂଜାରେ କୁଙ୍କୁମର ମାହାତ୍ମ୍ୟ ବେଶି । ଏହା  ମହିଳାମାନେ କରିବା ଦ୍ୱାରା ତାଙ୍କ ମନୋରଥ ପ୍ରାପ୍ତି ହୁଏ।ଏଥିପାଇଁ ଆଖ ପାଖର ଶତାଧିକ ମହିଳାମାନେ ନିଷ୍ଠାର ସହ ବସି ସାମ୍ନାରେ ପୂର୍ଣ କୁମ୍ଭ ରଖି ଦୀପ ପ୍ରଜ୍ଵଳନ କରି ଏକ ପତ୍ରରେ ନୈବେଦ୍ୟ ଫୁଲ ରଖି ମା ମହାଲକ୍ଷ୍ମୀ ଙ୍କୁ ସୁମରଣା ପୂର୍ବକ ଚୁଟିକି ଭରା କୁଙ୍କୁମକୁ ମନ୍ତ୍ର ଓ ଶ୍ଳୋକ ରେ ସମର୍ପଣ କରିଥିଲେ।ଆୟାପ୍ପା ସଙ୍ଗଠନ ର ସ୍ୱାମୀ ରାମକ୍ରିସନ୍ନା ଲକ୍ଷ୍ମୀ ସହର୍ଷ ନାମ ମାଧ୍ୟମରେ ଉପସ୍ଥିତ ସଂକଳ୍ପ କରିଥିବା ମହିଳା ମାନଙ୍କ ଦ୍ୱାରା କୁଙ୍କୁମକୁ ଅର୍ପଣ କରାଯାଇଥିଲା।ପ୍ରାରମ୍ଭରେ ପୂଜା ଅର୍ଚ୍ଚନା ପରେ ଭଜନ କୀର୍ତ୍ତନ ମାଧ୍ୟମରେ କୁଙ୍କୁମ ପୂଜା ହୋଇ ଆରତୀ ଓ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।ଆୟୋଜକ ଓ ଭକ୍ତ ମଧ୍ୟରେ ସଞ୍ଜୟ ସ୍ୱାମୀ,ମୁନା ସ୍ୱାମୀ,ରାଜା ସ୍ଵାମୀ, ଗୁଡୁ ସ୍ୱାମୀ,ସାଗର ସ୍ୱାମୀ ଏବଂ ସହଯୋଗୀ ଦେବରାଜ ସ୍ୱାମୀ ଓ ଵାଲା ସ୍ୱାମୀ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ