ଆସିକା ଗ୍ରସ୍ତରେ ଆସି ମୋ ଓଡିଶା ନବୀନ ଓଡିଶା ଅଧ୍ୟକ୍ଷ ପଣ୍ଡିୟାନ ଆରାଧ୍ୟ ଦେବୀ ଖମ୍ବେଶ୍ବରୀଙ୍କ ଆଶିଷ ଭିକ୍ଷା କରିଛନ୍ତି l ପୂଜା ଅର୍ଚନା ପରେ ମନ୍ଦିର ପରିଚାଳନା କମିଟି ସହ ଅନୁଦାନ ସମ୍ପର୍କ ରେ ଆଲୋଚନା କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ ଦ୍ୱାରା ଏକ କୋଟି ଆଠ ଲକ୍ଷ୍ୟ ଟଙ୍କା ଅନୁଦାନ ରାଶି ପ୍ରଦାନ ସମ୍ପର୍କ ରେ ଆଲୋଚନା କରି ଖୁବ ଶୀଘ୍ର ଏହି କାର୍ଯ୍ୟ ଆରମ୍ଭ କରିବା ପାଇଁ ଜିଲ୍ଲାପାଳ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ, ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ,କମିଟି ସଭ୍ୟ ମନୋଜ ମୁନି, ସଚିଦାନନ୍ଦ ଖଟେଇ ପ୍ରମୁଖ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ମନ୍ଦିରକୁ ପାଛୋଟି ଆଣିଥିଲେ l ମା ଙ୍କ ଦର୍ଶନ ସାରି ମନ୍ଦିର ପଛ ପାର୍ଶ୍ଵରେ ସାଧାରଣ ଲୋକ ସହ ଆଲୋଚନା କରିଥିଲେ। ଏଥିସହ ଆସିକାରେ ଲକ୍ଷ୍ମୀ ବସ ଚାଲିବା ସୂଚନା ଦେଇ ଆସିକା ପାଇଁ ଅଧିକ ଅନୁଦାନ ରାଶି ପ୍ରଦାନ କରାଯିବ ବୋଲି ପ୍ରତିଶୃତି ରଖିଥିଲେ l ତାଙ୍କ ଗ୍ରସ୍ତ ସମୟରେ ନିରଞ୍ଜନ ମହିଳା କଲେଜ, କୋଟିନଡା ଛକ, ବିଜୁ ପଟ୍ଟନାୟକ ଛକ, ବାଣୀ ବିହାର ଛକ ଏବଂ ବିଭିନ୍ନ ସ୍ଥାନରେ ତାଙ୍କୁ ବ୍ୟାପକ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ତାଙ୍କ ଗ୍ରସ୍ତ ବେଳେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଞ୍ଜଳି ସ୍ୱାଇଁ, ଜିଲ୍ଲା ସଭାପତି ରମେଶ ଚ୍ୟାଉ ପଟ୍ଟନାୟକ, ନଚିକେତା ସ୍ୱାଇଁ, ଭଗବାନ ସାହୁ,ଜୟନ୍ତୀ ସାହୁ,ଶିବ ନାହାକ, ଦିଲୀପ ପାଣିଗ୍ରାହୀ, ସୂର୍ଯ୍ୟ ପରିଡା, ଅନିମା ପରିଡା, ମନୋଜ ଦୋରାଙ୍କ ସମେତ ବହୁ ସରପଞ୍ଚ, ସମିତି ସଭ୍ୟ ଉପସ୍ଥିତ ଥିଲେ lଉକ୍ତ କାର୍ଯ୍ୟକ୍ରମ ଆଖି ଆଗରେ ରଖି ସୁରକ୍ଷା କଡା କଡି କରାଯାଇଥିଲା। ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଏସ ପି ଜଗମୋହନ ମିନା ସହ ବହୁ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।








