ବ୍ଲକ ସ୍ତରୀୟ ଦୁଇ ଦିନିଆ ୟୁ ଡାଇସ ପ୍ଲସ କର୍ମଶାଳା ଉଦଯାପିତ 

ବ୍ଲକ ସ୍ତରୀୟ ଦୁଇ ଦିନିଆ ୟୁ ଡାଇସ ପ୍ଲସ କର୍ମଶାଳା ଉଦଯାପିତ 

0 0
Read Time:1 Minute, 58 Second

ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦେଶ କ୍ରମେ ଆସିକା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଦୁଇ ଦିନିଆ ୟୁ ଡାଇସ ପ୍ଲସ କର୍ମଶାଳା ଉଦଯାପିତ ହୋଇଯାଇଛି l ଏହି କର୍ମଶାଳା  ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ ରାଣୀ ମହାନ୍ତି,ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭାଗିରଥି ପାତ୍ର ଓ ବିଭୁନନ୍ଦନ ପଣ୍ଡା, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଜଲୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ଏବଂ କମ୍ପୁଟର କର୍ମଚାରୀ ମାନଙ୍କୁ ଏହି ୟୁ ଡାଇସ ତାଲିମ ପ୍ରଦାନ କରାଯାଇଥିଲା l ଏହି କର୍ମଶାଳା ପ୍ରଶିକ୍ଷକ ଭାବେ ଶୁଭେନ୍ଦୁ ଶେଖର ଜେନା, ଚିନ୍ମୟ ପ୍ରଧାନ, ଅମୁଲ୍ୟ କୁମାର ଦାସ ଯୋଗ ଦେଇ ବିଦ୍ୟାଳୟ ର ସମ୍ପୂର୍ଣ ତଥ୍ୟ ଯାହାକି ଶିଶୁ ମାନଙ୍କ ସପୂର୍ଣ୍ଣ ବିବରଣୀ, ଶିକ୍ଷକ ମାନଙ୍କ ବ୍ୟକ୍ତି ଗତ ତଥ୍ୟ, ବିଦ୍ୟାଳୟ ର ଭିତ୍ତି ଭୂମିର ତଥ୍ୟ, ଶିଶୁ ମାନଙ୍କ ବିଦ୍ୟାଳୟ ରେ ପ୍ରବେଶ, ପରୀକ୍ଷା ଏବଂ ଫଳାଫଳ ବିଷୟରେ କିଭଳି ଅନଲାଇନ ରେ ସହଜରେ ମିଳିପାରିବ ତାହା ଉପରେ ଦୁଇ ଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଦ୍ୱାରା ପରିଚାଳିତ ୧୯୦ ଟି ସରକାରୀ, ପ୍ରାଥମିକ, ଉଚ୍ଚ ପ୍ରାଥମିକବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ  ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଶିକ୍ଷା