ଆସିକା ହରିହର ହାଇ ସ୍କୁଲ ମିନି ଷ୍ଟେଡିୟମ ଠାରେ ରାଜ୍ୟ ସରକାରଙ୍କ ଗ୍ରାମାଭିମୁଖୀ ମହତଆକାଂକ୍ଷୀ ଯୋଜନା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ନୁଆଁ ଓଡ଼ିଆ ସଶକ୍ତ ଓଡିଶା ଗଠନ ର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏହି କାର୍ଯ୍ୟକ୍ରମ l ଗ୍ରାମ ମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି l ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲା ରେ 5ହଜାର 706 ଗୋଟି ପ୍ରକଳ୍ପ ପାଇଁ 251 କୋଟି 50 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି l ସେହିକ୍ରମରେ ଆସିକା ହରିହର ହାଇସ୍କୁଲ ଠାରେ ଆସିକା ପଂଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଆୟୋଜିତ ଏହି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଆସିକା ନିର୍ବାଚନ ମଣ୍ଡଳୀ ସକାଶେ 367 ପ୍ରକଳ୍ପ ନିମନ୍ତେ 19 କୋଟି 50 ଲକ୍ଷ ଟଙ୍କା ମଂଜୁର କରିଥିବା ବେଳେ ଆସିକା ବ୍ଲକ ର 27 ପଂଚାୟତ ନିମନ୍ତେ 258 ପ୍ରକଳ୍ପ ନିମନ୍ତେ 13.50 ଲକ୍ଷ ଟଙ୍କା ଅନୁଦାନ ରାଶି ଘୋଷଣା କରିଛନ୍ତି l
ଏହି ଅବସରରେ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଗ୍ରାମ ର ସଂସ୍କୃତି ର ପ୍ରସାର, ଆଧୁନିକ ଭିତିଭୂମିର ଉନ୍ନତି, ଗାଁ ର ବିକାଶକୁ ଶିଖର ରେ ପହଞ୍ଚିବ ସେଥିପାଇଁ ଏହି ଯୋଜନା କରାଯାଇଛି l ସମସ୍ତ ଗାଁ ର ବିକାଶ ରାଜ୍ୟର ବିକାଶ ବୋଲି କହିଛନ୍ତି l ଆମ ଗାଁ ରେ ଉତ୍ତମ ଶିକ୍ଷା, ସ୍ୱାସ୍ଥ୍ୟ, ସଂସ୍କୃତି ର ସୁରକ୍ଷା ସହ ଆଧୁନିକତା ର ବିକାଶ କରିବାକୁ ସମସ୍ତେ ସଂକଳ୍ପ ହେବାକୁ କହିଥିଲେ l ଓଡିଶା ହେଉଛି ଜଗନ୍ନାଥ ଙ୍କ ଭୂମି l ବିଶ୍ୱ ପ୍ରେମ, ଶାନ୍ତି, ସଦଭାବନା, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତି ର ବାର୍ତ୍ତା l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗାଁ ଗାଁ ରେ ଜଗନ୍ନାଥ ସଂସ୍କୃତି ର ସଂରକ୍ଷଣ କରାଯିବ l ପ୍ରତେକ ପୂଜା ସ୍ଥଳୀ, ଐତିହ ସ୍ଥଳୀ ର ସଂରକ୍ଷଣ ଓ ସୁରକ୍ଷା ଜରୁରୀ l ଗାଁ ରେ ଡିଜିଟାଲ ଭିତିଭୂମି ର ବିକାଶ, ଗାଁ ଗାଁ ରେ ଇଣ୍ଟେର୍ନେଟ ର ସୁଭିଧା, ବିଜ୍ଞାନ ପାର୍କ, ଦକ୍ଷତା ବିକାଶ କେନ୍ଦ୍ର, ବ୍ୟାଙ୍କ ସୁଭିଧା, ଚାଷ ର ଉନ୍ନତି, ପ୍ରାଥମିକ ଶିକ୍ଷା ର ଉନ୍ନତି କରାଯିବା ପାଇଁ ଗ୍ରୁରୁତ୍ବ ଦିଆଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମ ରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ବ୍ଲକ ଅଧକ୍ଷା ତ୍ରିବେଣୀ ନାହାକ, ଉପାଧ୍ୟାକ୍ଷା ରେଶମା ଦୋରା, ଆସିକା ଏନ ଏ ସି ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ, ଜିଲ୍ଲା ପରିଷଦ ସଭ୍ୟା ତନ୍ମୟୀ ନାହାକ,ଅନିମା ପରିଡା,ଜିଲ୍ଲା ପରିଷଦ ସଦସ୍ୟ ବି ମନୋଜ କୁମାର ଦୋରା,ବିଜୁ ଜନତା ଦଳର ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଦିଲୀପ ପାଣିଗ୍ରାହୀ, କାଳଷଣ୍ଢପୁର ସରପଞ୍ଚ ଜୟନ୍ତୀ ବେହେରା, ଗଞ୍ଜାମ ଜିଲ୍ଲା ମହିଳା ସମ୍ପାଦିକା ରଶ୍ମିତା ସେନାପତି, ବରିଷ୍ଠ ପୂର୍ବତନ କାଉନସିଲର ତାରିଣୀ ସେନାପତି, ଅଭିମନ୍ୟୁ ନାହାକ, ହରିଡ଼ାପଦର ସରପଞ୍ଚ ଜୟନ୍ତୀ ବେହେରା, ଦେବଭୂମି ସରପଞ୍ଚ ଅଶାନ୍ତି ବେହେରା, ସମିତି ସଭ୍ୟା ଲକ୍ଷ୍ମୀ ବେହେରା, ସମିତି ସଭ୍ୟା ସନ୍ତୋଷ ନାହାକ, ଏବଂ ପୂର୍ବତନ ବ୍ଲକ ଅଧକ୍ଷ ସୂର୍ଯ୍ୟକାନ୍ତ ପରିଡା,ଚଢ଼େୟାପଲ୍ଲୀ ସରପଞ୍ଚ ଜୟସେନ ସ୍ୱାଇଁ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ କୁ ଆସିକା ବ୍ଲକ ର ଗୋଷ୍ଠି ଉନ୍ନୟନ ଅଧିକାରୀ ଫକୀର ଚରଣ ପରିଡା, ତହସିଲଦାର ରୀନା କୁମାରୀ ନାଏକ, ଭଞ୍ଜନଗର ଉପଖଣ୍ଡ ର ଡେପୁଟି କଲେକ୍ଟର ଦୀପ୍ତି ମଣି ପ୍ରଧାନ,, ଏବିଡ଼ିଓ ପ୍ରିୟମ୍ବଦା କଂଅର, ସିଡିପିଓ ଭାଗ୍ୟଲତା ପାତ୍ର, ସହକାରୀ ଯନ୍ତ୍ରୀ ଅଶୋକ ଶତପଥି ସମେତ ଅନେକ ଅଧିକାରୀ ସଂଯୋଜନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବହୁ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ପାଞ୍ଚ ହାଜର ରୁ ସ୍ୱୟଂ ସହାୟକ ଦଳର ଉର୍ଦ୍ଧ ମହିଳା ଯୋଗ ଦେଇଥିଲେ l

