ଗଞ୍ଜାମ ଜିଲାରେ ଗାଁ ଗାଁ ରେ ଦଶହରା ପର୍ବ ରୁ ପବିତ୍ର କାର୍ତିକ ମାସ ପର୍ଯ୍ୟନ୍ତ କୋଠିଶାଳ ଯାତ୍ରା ନିମନ୍ତେ ଗ୍ରାମ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଘଟ କଳସି ପରିକ୍ରମା ହୋଇଥାଏ l ହିନ୍ଦୁ ଧର୍ମ ର ସବୁ ଦେବ ଦେବୀ ମାନଙ୍କୁ ପୂଜା ଅର୍ଚନା କରାଯାଇ ଦଶହରା ଦିବସରୁ ଜଳ ଆମନ୍ତ୍ରଣ, ବୀଜ ବପନ, ଦୀପ ପ୍ରଜ୍ବଳନ, ପୂଜା ଵିଧି କରାଯାଇଥାଏ l ଜଣେ ଲୋକ ବେଶ ଧାରଣ କରି ମାଁଙ୍କ ଘଟ କଳସ ମୁଣ୍ଡ ରେ ଧରି ବାଜା, ତାଳ ରେ ଭକ୍ତ ମାନଙ୍କ ଘରେ ଘରେ ପହଂଚି ପୂଜା ସାମଗ୍ରୀ ସଂଗୃହିତ କରନ୍ତି l ଶେଷରେ ପବିତ୍ର କାର୍ତିକ ମାସରେ ଗ୍ରାମର କୋଠି ଶାଳରେ ଗ୍ରାମବାସୀ ମାନଙ୍କ ତରଫରୁ ପୌରାଣିକ ଗାହଣ ନାଟ ପରିବେଷଣ କରାଯାଇଥାଏ l ଅନ୍ତିମ ଦିବସରେ ସାହିର ମହିଳା ପୁରୁଷ ଘଟ କଳସ କୁ ନଦୀ କିମ୍ବା ପୋଖରୀ ରେ ବିସର୍ଜନ କରନ୍ତି l ନିତ୍ୟ ନୈମିତ୍ୟ ସକାଳୁ ପୁଷ୍ପ, ଚନ୍ଦନ, ଧୁପ, ଦୀପ ନୈବେଦ୍ୟ ଅର୍ପଣ କରିଥାନ୍ତି l ଏହି ଘଟକଳସ ପରିକ୍ରମା ଆସିକା ବ୍ଲକ ର ଅନେକ ଗ୍ରାମ ଏବଂ ଆସିକା ସହରର ସୁନାମ୍ବସାହି, ତୋଟା ସାହି, ଗଣ୍ଡପଲ୍ଲୀ ଅଂଚଳ ର ଲୋକ ମାନେ ଏହି ଯାତ୍ରା ରେ ସାମିଲ ହୋଇଥାନ୍ତି l

