ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟ ଏରିନାରେ ରେ ଚାଲିଥିବା ବେଡ଼ମିଣ୍ଟେନ ଚମ୍ପିୟନସିପ ୨୦୨୩ ରେ ଅସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ। ବାଳକ ଦଳରେ ୧୯ ବର୍ଷ ବାଳକ ବର୍ଗର ସିଙ୍ଗଲ୍ସ ଓ ଡ଼ବଲସ ଏବଂ ମିକ୍ସ ଡବଲସରେ ଚମ୍ପିୟାନ ହୋଇ ଏହି କୃତିତ୍ୱ ହାସଲ କରିଛନ୍ତି ।ସେ ଲଗାତାର ଭାବେ ୩ ବର୍ଷ ହେଲା ସିଙ୍ଗଲସରେ ଚମ୍ପିୟାନ ହୋଇ ଆସୁଛନ୍ତି। ଏପରିକି ସେ ଓଡିଶା ବେଡ଼ମିଣ୍ଟନ ଆସୋସିଏସନର ଦ୍ୱାରା ପ୍ରଦତ୍ତ ରେଙ୍କିଙ୍ଗରେ ୧୯ ବର୍ଗର ସବୁ ଫରମେଟରେ ଖେଳି ୫ ନଂ ରେଙ୍କରେ ରହିଛନ୍ତି। ସେ ରାଜ୍ୟର ବହୁ ଗୁରୁତ୍ବପୂର୍ଣ ମ୍ୟାଚ ଗୁଡିକ ଖେଳି ଆସିକା ପାଇଁ ଗର୍ବ ଆଣିଛନ୍ତି । ଆସିକା ମମ ସ୍କୁଲର ଛାତ୍ର ସ୍କୁଲ ସମୟରୁ ଖେଳପ୍ରତି ଆଗ୍ରହ ଦେଖାଇ ଏପର୍ଯ୍ୟନ୍ତ ଆଗକୁ ବଢ଼ିଛନ୍ତି।ଆଗକୁ ସର୍ବ ଭାରତୀୟ ସ୍ତରରେ ଖେଳିବା ତାଙ୍କର ଲକ୍ଷ ଥିବା ଜଣାପଡିଛି।




ପ୍ରକାଶ ଥାଉକି ବ୍ରହ୍ମପୁର ଏରିନା ସ୍ପୋର୍ଟ ଇଣ୍ଡୋର ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ବେଡ଼ମିଣ୍ଟନ ଚମ୍ପିୟନସିପ ୨୦୨୩ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।ଅଗଷ୍ଟ ୨୭ ତାରିଖ ଏହି ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥିଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ,ବିଧାୟକ ବିକ୍ରମ ପଣ୍ଡା,ମେୟର ସଂଘମିତ୍ରା ଦଳେଇ ପ୍ରମୁଖ ଯୋଗଦେଇ ବିଜେତାଙ୍କୁ ପୁରସ୍କୃତ କରିଥିଲେ।ଏସୋସିଏସନ ଉପ ସଭାପତି ସତ୍ୟନାରାୟଣ ସାହୁ,ସମ୍ପାଦକ ମିତେନ୍ଦ୍ର ଭୁଁୟା ଏସୋସିଏସନ ର କର୍ମକର୍ତ୍ତା ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ। ଓଡିଶା ବେଡ଼ମିଣ୍ଟନ ଏସୋସିଏସନର ସହଯୋଗ ରେ ଗଂଜାମ ଜିଲ୍ଲା ବେଡ଼ମିଣ୍ଟନ ଏସୋସିଏସନ ଦ୍ୱାରା ଏହି ଚମ୍ପିୟାନସିପର ଆୟୋଜନ କରାଯାଇଥିଲା।ପ୍ରତିଯୋଗିତାରେ ଜିଲ୍ଲାରୁ ମୋଟ ୩ ଶହରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ବିଭିନ୍ନ ବର୍ଗରେ ପ୍ରତିଦ୍ବନ୍ଦିତା କରିଥିଲେ । ମୋଟ ୨୪୦ ଇଭେଣ୍ଟ ଏବଂ ୧୧ କେଟାଗୋରି ରେ ଖେଳ ହୋଇଥିଲା।ଏଥିରେ ୧୧ ବର୍ଷରୁ ୫୦ ବର୍ଷର ଖେଳାଳି ଭାଗ ନେଇଥିଲେ।ବାଳକ ଦଳ ୧୧ବର୍ଷ ସିଙ୍ଗଲ ବିଭାଗରେ ତେଜସ ଜେନା,୧୫ ବର୍ଷରେ ତପନ ବେହେରା,୧୫ବର୍ଷ ବାଳିକାରେ ଏ ସାଇଲକ୍ଷ୍ମୀ, ଡବଲସ ୧୫ ବର୍ଷ ବାଳକ ବିଭାଗରେ ଅନିଷ ମିଶ୍ର ଓ ରାଜ ଆନନ୍ଦ ଠାକୁର,୧୯ ବର୍ଷ ବାଳକ ସିଙ୍ଗଲ ବିଭାଗରେ ଅବିନାଶ ମୁନୀ,ବାଳିକା ବିଭାଗରେ ଏ ସାଇଲକ୍ଷ୍ମୀ ,୧୯ ବର୍ଷ ଡବଲସ ବାଳକ ବର୍ଗରେ ଅବିନାଶ ମୁନୀ ଓ ବୈଷ୍ଣବ ଯାଦବ ଏବଂ ପୁରୁଷ ସିଙ୍ଗଲରେ ବି ସରୋଜ ଦୋରା,ଡବଲସରେ ମୁରଲୀଧର ପତି ଓ ଗୌରବଜିତ ପ୍ରଧାନ ଏବଂ ମିକ୍ସଡ ଡବଲସରେ ଅବିନାଶ ମୁନୀ ଓ ସୋଫିୟା ପାଢ଼ୀ ଓ ୩୫+ମାଷ୍ଟର ଡବଲସରେ ଜେ ଶ୍ରବଣ କୁମାର ଓ ଶିବପ୍ରସାଦ ପାଢ଼ୀ ଏବଂ ୫୦+ବିଭାଗରେ ସୁଧାକର ସି ଭି କେ ଏବଂ ମାନସ ରଞ୍ଜନ ପଣ୍ଡା ବିଜେତା ହୋଇଥିବା ସଂପାଦକ ମିତେନ୍ଦ୍ର ଭୁଂୟା ସୂଚନା ଦେଇଛନ୍ତି ।

