Read Time:1 Minute, 27 Second
ସ୍ୱାଧୀନତା ଦିବସ ଅବସରରେ ଆସିକା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଜୟପୁର ଗ୍ରାମପଂଚାୟତର ପଢାଳ ଗ୍ରାମବାସୀଙ୍କ ଅନୁରୋଧ ରକ୍ଷା କରି ପୂର୍ବତନ ବିଧାୟକ ସରୋଜ ପାଢ଼ୀ ଉପସ୍ଥିତ ହୋଇଥିଲେ l ସରୋଜ ପହଂଚିବା ମାତ୍ରେ ଗ୍ରାମବାସୀ ବାଜା,ମହୁରୀ ବଜାଇ ଗ୍ରାମ ଭ୍ରମଣ କରି ଗ୍ରାମର ମଣ୍ଡପରେ ପହଂଚିଥିଲେ l ସେଠାରେ ବିପ୍ର ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଗ୍ରାମବାସୀ ଗ୍ରାମର ବିଭିନ୍ନ ସମସ୍ୟା ଉପସ୍ଥାପନା କରିବା ସଙ୍ଗେ ସଙ୍ଗେ ଆଗକୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ପାର୍ଥି ହେବା ପାଇଁ ଅନୁରୋଧ କରିଥିଲେ ଏବଂ ଆମେ ସମସ୍ତେ ଏକାଠି ହୋଇ ସରୋଜ ପାଢ଼ୀଙ୍କୁ ବିଜୟ ମୁକୁଟ ପିନ୍ଧାଇବା ବୋଲି ମଧ୍ୟ ସଂକଳ୍ପ ବଦ୍ଧ ହୋଇଥିଲେ l
ଏହି ସଭାରେ ପ୍ରଦୀପ କୁମାର ଭଞ୍ଜ, ହରିହର ଭଞ୍ଜ , ଭିକାରି ଚରଣ ମହାନ୍ତି, ସଞ୍ଜୟ କୁମାର ରାଉତ, ମହେଶ୍ୱର ନାହାକ, ଅଲେଖ ସ୍ୱାଇଁ, ସିମାଞ୍ଚଳ ମହାନ୍ତି, କାଳୁଚରଣ ମହାନ୍ତି,କଂଗ୍ରେସ ରାଉଳ, ସନ୍ଦୀପ ପାଢ଼ୀ, ବିଜୟ କୁମାର ସ୍ବାଇଁଙ୍କ ସମେତ ଗ୍ରାମର ବହୁ ଗ୍ରାମବାସୀ ଯୋଗଦାନ କରିଥିଲେ

