ଆସିକା ରେ ଶିକ୍ଷା ସଚେତନତା ରଥ ପରିକ୍ରମା

ଆସିକା ରେ ଶିକ୍ଷା ସଚେତନତା ରଥ ପରିକ୍ରମା

0 0
Read Time:2 Minute, 20 Second

ଆସିକା ବ୍ଲକ ଗୋଷ୍ଠି ଶିକ୍ଷା କାର୍ଯ୍ୟଳୟ ଅଧୀନରେ ଥିବା ୧୩ ଗୋଟି କ୍ଲଷ୍ଟର ର ୧୪୦ ଗୋଟି  ବିଦ୍ୟାଳୟ ରେ ଏହି ସଚେତନତା ରଥ ଭ୍ରମଣ କରିଥଲା l ସହରାଞ୍ଚଳ ଠାରୁ ଆରମ୍ଭ ଗ୍ରାମାଞ୍ଚଳ ରେ ଅଧୟନରତ କୋମଳମତି ଶିଶୁ ମାନେ ଭୟ ବାତାବରଣ ରୁ ଦୁରେଇ ରହି ବିଦ୍ୟାଳୟ କୁ ନିୟମିତ ଉପସ୍ଥାନ ରହିବା,ଭେଦ ଭାବ କୁ ଦୁରେଇ ରଖି ଶିକ୍ଷା ପ୍ରତି ଧ୍ୟାନ ଦେବା,ଆଧରୁ ପାଠ ନଛାଡିବା ପ୍ରତି ଗୁରୁତ୍ୱ ଦେବା, ବିଦ୍ୟାଳୟ ରେ ପ୍ରଦତ୍ତ ଗୁଣାତ୍ମକ ଶିକ୍ଷା ଗ୍ରହଣ କରିବା ନେଇ ଏହି ସଚେତନତା ରଥ ଗାଁ ଗାଁ ବୁଲି ବିଦ୍ୟାଳୟ ମାନଙ୍କର ଶିକ୍ଷାର୍ଥୀ ମାନଙ୍କୁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ l ଏହି ସଚେତନତା ରଥ କୁ  ହରି ହର ହାଇସ୍କୁଲ  ଠାରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାଟିରଥୀ ପାତ୍ର ଶୁଭାରମ୍ଭ କରିଥିବା ବେଳେ ଆଞ୍ଚଳିକ ସ୍ତରୀୟ ସାଧନା ସଂଯୋଜକ ଶିବ ଶଙ୍କର ଜେନା , ସିମାଞ୍ଚଳ ସେଠୀଙ୍କ ତତ୍ୱl ଅବଧାନରେ ଧୋବା ବେହେରା, ନିରଞ୍ଜନ ପରିଡା, ବିଦ୍ୟାଧର ସାହୁ, ମନୋରଞ୍ଜନ ପାଢ଼ୀ, ଜଗନ୍ନାଥ ଦାସ, ଶୁଭେନ୍ଦୁ ଜେନା, ସତ୍ୟନାରାୟଣ ସେଠୀ, ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀ ସନ୍ତୋଷ ସେଠୀ,ଅମୁଲ୍ୟ ଦାସ,ସନ୍ତୋଷ ବେହେରା, ପଦ୍ମ ଚରଣ ସେଠୀ,ସାରଙ୍ଗ ଦାସ, ଭଞ୍ଜ ସେଠୀ, ପୁଷ୍ପଲତା ପାତ୍ର,ମନୋରମା ପାତ୍ର, ରଶ୍ମିତା ପାତ୍ର,ଭଞ୍ଜ ବେହେରା ,ପ୍ରମୁଖ ଉପସ୍ଥିତ ରହିଥିଲେ l ଆସିକା ବ୍ଲକ ର ନଳବଣ୍ଟା, ବାବନପୁର, ଖlରିଆ, ଭେଟନଇ, କାଳଷଣ୍ଢପୁର, ବଡ଼ଖୋଲି, ହରିଡ଼ାପଦର, ଗାଙ୍ଗପୁର, ବାଲିସିରା, କେନ୍ଦୁପଦର, ନିମିନା ନୂଆପଲ୍ଲୀ, ଆସ୍କା ଏନ ଏ ସି ରେ ଏହି ରଥ ଭ୍ରମଣ କରିଥିଲା l ଗ୍ରାମ କୁ ରଥ ପ୍ରବେଶ କରିବା ବେଳେ ସ୍କୁଲ ପକ୍ଷରୁ ସ୍ୱାଗତ କରାଯାଉଥିଲା l  ସମସ୍ତ ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, ଶ୍ରେଣୀ ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ସହଯୋଗ କରିଥିଲେ l

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଯୋଗାଯୋଗ ଶିକ୍ଷା