ଗଞ୍ଜାମ ଜିଲ୍ଲା ଆସିକା ନିର୍ବାଚନ ମଣ୍ଡଳୀ ଗୁଣ୍ଠପଡା ମଣ୍ଡଳ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଙ୍କଳ୍ପ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଗୁଣ୍ଠପଡା ମଣ୍ଡଳ ସଭାପତି ବିପ୍ର ଚରଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ବତନ ବିଧାୟକ ଦେଵରାଜ ମହାନ୍ତି,ଆସିକା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅରୁଣ କୁମାର ପଣ୍ଡା, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସୂର୍ଯ୍ୟ ନାରାୟଣ ଦାଶ,ଭଞ୍ଜନଗର ମଣ୍ଡଳ ସଭାପତି ଦୂର୍ଗା ଚରଣ ପଟ୍ଟନାୟକ ସମେତ ଵହୁ ବରିଷ୍ଠ ନେତା ଓ କର୍ମୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ନାରାୟଣ ବେହେରା ପ୍ରାଥମିକ ସୂଚନା ପ୍ରଦାନ କରିଥିଲେ । ଦେଶରେ ଦିର୍ଘ ଏକ ଧରି ଵିଜେପି ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ରାଜ୍ୟର ୩୬ ହଜାର ବୁଥରେ ପ୍ରାୟ ୨୦ ହଜାର କର୍ମକର୍ତା ଲୋକଙ୍କ ନିକଟକୁ ଯାଇ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା,ସୁଶାସନ ଗରିବ କଲ୍ୟାଣ ଯୋଜନାକୁ ପହଁଚାଇବେ । ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧା ଅର୍ଥ ହସ୍ତାନ୍ତର ହେଉ ବା ପାଣି,ବିଜୁଳୀ, ଶୈାଚାଳୟ ଭଳି ସୁବିଧାକୁ ଦେଶର ଗରିବ ଲୋକଙ୍କ ପାଖରେ ପହଁଚାଇବା ହେଉ, ଏ ସମସ୍ତ ତୃଣମୂଳ ସ୍ତରରେ କ୍ରାନ୍ତି ଆଣିଥିବା ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ତାଙ୍କ ବକ୍ତବ୍ୟରେ କହିଥିଲେ । ଗରିବ କଲ୍ୟାଣ ହିଁ ଦେଶ ପ୍ରେମ ଓ ବିକାଶର ରାସ୍ତା ପାଇଁ ମୁଳମନ୍ତ୍ର । ବିଗତ ୯ ବର୍ଷର ଶାସନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦୃଷ୍ଟି ପୂର୍ଣ୍ଣ ନେତୃତ୍ୱ,କର୍ତବ୍ୟ ପ୍ରତି ନିଷ୍ଠା,ଦେଶର ବିକାଶକୁ ନୂଆ ପରିଭାଷା ଦେଇଥିବା ସୂଚନା ସଙ୍କଳ୍ପ ସମାଵେଶ କାର୍ଯ୍ୟକ୍ରମରେ ସୂଚନା ପ୍ରଦାନ କରାଯାଇଥିଲା । ଦେଶରେ ସେବା, ସୁଶାସନ, ଗରିବ କଲ୍ୟାଣର ଏକ ଧାରା ପ୍ରବାହିତ ହୋଇଛି । ଏହା ବିଦେଶରେ ଭାରତର ଗୈାରବ ରହିଥିବା ଉପସ୍ଥିତ କର୍ମକର୍ତା ମାନେ ନିଜ ବକ୍ତବ୍ୟରେ ଲୋକଙ୍କୁ ଜଣାଇଥିଲେ ।

