ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ଅଭିଯାନ

ବିଜେପି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ଅଭିଯାନ

0 0
Read Time:2 Minute, 17 Second

ଭାରତୀୟ ଜନତା ପାର୍ଟି ପକ୍ଷରୁ ମୋ ବୁଥ ସବୁଠୁ ମଜବୁତ ଅଭିଯାନ ଆସିକାର   ଏନଏସି ୱାର୍ଡ ନମ୍ବର-୧୬    ଆରମ୍ଭ ହୋଇଛି । ଏହି ଅଭିଯାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ବିଜେପି ଦେବରାଜ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଦଳ ପକ୍ଷରୁ ସମଗ୍ର ଦେଶରେ ଏହି ଅଭିଯାନ  ଆରମ୍ଭ ହୋଇଥିବା ବେଳେ ରାଜ୍ୟର ୩୬ ହଜାର ବୁଥରେ ପ୍ରାୟ ୨୦ ହଜାର କର୍ମକର୍ତା ଲୋକଙ୍କ ନିକଟକୁ ଯାଇ ନରେନ୍ଦ୍ର ମୋଦିଙ୍କ ୯ ବର୍ଷର ସେବା,ସୁଶାସନ ଗରିବ କଲ୍ୟାଣ ଯୋଜନାକୁ ପହଁଚାଇବେ । ଡିବିଟି ମାଧ୍ୟମରେ ହିତାଧିକାରୀଙ୍କ ଖାତାକୁ ସିଧା ଅର୍ଥ ହସ୍ତାନ୍ତର ହୋଇଛି। ପାଣି,ବିଜୁଳୀ, ଶୈାଚାଳୟ ଭଳି ସୁବିଧାକୁ ଦେଶର ଗରିବ ଲୋକଙ୍କ ପାଖରେ ପହଁଚାଇବା ଲକ୍ଷରେ  ତୃଣମୂଳ ସ୍ତରରେ କ୍ରାନ୍ତି ଆଣିଥିବା ବିଷୟକୁ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି ତାଙ୍କ ବକ୍ତବ୍ୟ ରଖିଥିଲେ । ଗରିବ କଲ୍ୟାଣ ହିଁ ଦେଶ ପ୍ରେମ ଓ ବିକାଶର ରାସ୍ତା ପାଇଁ ମୁଳମନ୍ତ୍ର  ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦୂରଦୃଷ୍ଟି ଏବଂ ବଳିଷ୍ଠ ନେତୃତ୍ୱ ସହ କର୍ତବ୍ୟ ପ୍ରତି ତାଙ୍କ ନିଷ୍ଠା,ଦେଶର ବିକାଶରେ ନୂଆ ଇତିହାସ ସୃଷ୍ଟି ହୋଇଛି ।ସେହିଭଳି ଦେଶରେ ସେବା,ସୁଶାସନ,ଗରିବ କଲ୍ୟାଣର ଧାରା ପ୍ରବାହିତ ହେବାରୁ ବିଦେଶରେ ଭାରତର ଗୈାରବ ବଢୁଥିବାର ବାର୍ତା ବୁଥ ସ୍ତରୀୟ କର୍ମୀ ଓ ନେତା ମାନେ ଲୋକଙ୍କ ପାଖରେ ପହଚାଇବେ ବୋଲି ବୈଠକରେ ସ୍ଥିର କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦେବରାଜ ମହାନ୍ତି,ଆସିକା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଅରୁଣ ପଣ୍ଡା,ମହେଶ ମହାନ୍ତି, କାଉନସଲର ରାଘବ ସିଅ, କାଉନସିଲର ସରୋଜ ଭଞ୍ଜ,ଦୁର୍ଗାଚରଣ ପଟ୍ଟନାୟକ, ଡଃ.ଘନଶ୍ୟାମ ବିଶ୍ୱାଳ,ରବିନ୍ଦ୍ର ନାଥ ପୋଲାଇ, କର୍ମକର୍ତା ଯୋଗ ଦେଇଥିଲେ ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ରାଜନୀତି