Read Time:1 Minute, 9 Second
ଗତ 24 ତାରିଖ ରାତିରେ ଛୁରା ମାଡ କରି ଗେଟସରୋବର ପଡାର ସରୋଜ ପାଣିଗ୍ରାହୀଙ୍କୁ ହତ୍ୟା କରି ଫେରାର ମାରିଥିଲେ ହତ୍ୟାକାରୀ | ହତ୍ୟାକାଣ୍ଡର ସି. ସି. ଟିଭି ଫୁଟେଜ ମଧ୍ୟ ଭାଇରଲ ହୋଇଛି | ଶୀଘ୍ର ହତ୍ୟାକାରୀକୁ ଗିରଫ କରିବା ଦାବିରେ ଆଜି ଟାଉନ ଥାନା ଘେରିଥିଲେ ଗେଟସରୋବର ପଡା ଓ ୱାର୍ଡ ନମ୍ବର 10 ର ଶହ ଶହ ଲୋକ | ଘଟଣା ଘଟିଥିବା ବ୍ରାହ୍ମଣ ପଡା ଛକରେ ଚା ଦୋକାନ ପାନ ଦୋକାନ କରି ଅନେକ ବେପାରୀ ନିଶା କାରବାର କରୁଛନ୍ତି | ଯାହା ଫଳରେ ସେଠାରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି | ତେଣୁ ପୋଲିସ ସେ ଦିଗରେ ମଧ୍ୟ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରିଛନ୍ତି ପଡବାସୀ | ସେପଟେ ପୋଲିସ ଶୀଘ୍ର ହତ୍ୟାକାରୀକୁ ଗିରଫ କରାଯିବ ବୋଲି ଆନ୍ଦୋଳନକାରୀଙ୍କୁ ପ୍ରତିଶ୍ରୁତି ଦେଇଛି | ପୋଲିସ କିଛି ଯୁବକଙ୍କୁ ଉଠାଇଆଣି ପଚାର ଉଚୁରା କରୁଥିବା ଜଣାପଡିଛି |

