ଅନ୍ତିମ ପର୍ଯ୍ୟାୟରେ ମା ଖମ୍ବେଶ୍ୱରୀ ଙ୍କ ବୈଶାଖୀ ଯାତ୍ରା:ନାଚ ଗୀତରେ ଝୁମୁଛି ସହର

ଅନ୍ତିମ ପର୍ଯ୍ୟାୟରେ ମା ଖମ୍ବେଶ୍ୱରୀ ଙ୍କ ବୈଶାଖୀ ଯାତ୍ରା:ନାଚ ଗୀତରେ ଝୁମୁଛି ସହର

0 0
Read Time:2 Minute, 59 Second

ଗଞ୍ଜାମ ଜିଲ୍ଲାର ଅନ୍ୟତମ ଅଧିଷ୍ଠାତ୍ରୀ ଦେବୀ ତଥା ଆସିକା ବିଜେ ମା ଖମ୍ବେଶ୍ୱରୀ ଙ୍କ ବୈଶାଖୀ ଯାତ୍ରା ଅନ୍ତିମ ପର୍ଯ୍ୟାୟରେ ପହଁଚିଛି। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ଶନିବାର ରାତି ତମାମ ମା ଖମ୍ବେଶ୍ୱରୀଙ୍କ ବିଜେ ପ୍ରତିମା ସିଂହ ବିମାନ ଉପରେ ବିରାଜମାନ ହୋଇ ନଗର ପରିକ୍ରମା କରିଥିଲେ।ରବିବାର ଭୋରରୁ ଏନ୍ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ନିର୍ମିତ ଅସ୍ଥାୟୀ ମଣ୍ଡପରେ ପହଞ୍ଚି ଦିନ ତମାମ ପୁଜା ପାଇ ଶ୍ରଦ୍ଧାଳୁ  ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସୋମବାର ସକାଳ ନୀତି ପରେ ଦିନ ପ୍ରାୟ ୧୨ ଟା ରେ ମା  ମନ୍ଦିର କୁ ପ୍ରତ୍ୟାବର୍ତ୍ତନ କରିବେ। ଅସ୍ଥାୟୀ ମଣ୍ଡପ ଠାରୁ ଖମ୍ବେଶ୍ୱରୀ ପାଟଣା ଏବଂ ହରିହର ନଗର,ଲକ୍ଷ୍ମୀ ବଜାର,ବିନାୟକ ବଜାର,ବସଷ୍ଟାଣ୍ଡ ଏ ସମସ୍ତ ଅଞ୍ଚଳ ଉତ୍ସବ ମୁଖର ହୋଇପଡ଼ିଥିବା ବେଳେ ସାହି ସାହିରେ  ସ୍ଥାନୀୟ ଲୋକ ସଂସ୍କୃତି ସଂପନ୍ନ ସାମାଜିକ ଓ ଆଧ୍ୟାତ୍ମିକ ନାଟକ ମଞ୍ଚସ୍ଥ ହୋଇଛି।ମନ୍ଦିର ପରିଚାଳନା କମିଟି , ସ୍ଥାନୀୟ ଏନଏସି   ପକ୍ଷରୁ ଏଥିନେଇ ବ୍ୟାପକ ପ୍ରସ୍ତୁତି ହୋଇଛି।ଏହି ଅବସରରେ ଆସିକା ସହରରେ ତିନି ଦିନ ବ୍ୟାପି ସ୍ୱତନ୍ତ୍ର ମହୋତ୍ସବ ମିନି ଷ୍ଟାଡିୟମରେ ଆୟୋଜିତ ହୋଇଛି। ଗତ ୨୮ ତାରିଖରୁ ଏହି କାର୍ଯ୍ୟକ୍ରମ ରେ ଗଞ୍ଜାମ ଜିଲ୍ଲା ତଥା ଜିଲ୍ଲା ବାହାରର ବହୁ କଳାକାର ଆସି ମନୋରଞ୍ଜନ କରିଛନ୍ତି। ପ୍ରଥମ ଦିବସରେ  ଆସିକା ଏସ୍‌ଡିପିଓ ଉମାଶଙ୍କର ସିଂହ ମୁଖ୍ୟଅତିଥି ଭାବେ ଉଦ୍‌ଘାଟନ କରିଥିଲେ।ତହସିଲଦର ସଞ୍ଜୟ ସମନ୍ତରାୟ, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁ,କୋଟିନାଡ଼ା ଥାନା ଆଇଆଇସି କୃଷ୍ଣ ସାହା ଭାବେ ଯୋଗ ଦେଲେ ।ଆସିକା ଏନ୍‌ଏସି ଅଧ୍ୟକ୍ଷା ବିନେତା ସ୍ଵଇଁ, ନିର୍ବାହୀ ଅଧିକାରୀ ଲୋକନାଥ ବେଜ ଓ ସମସ୍ତ କଉନସିଲର ଯୋଗ ଦେଇଥିଲେ।ଗତ କାଲି ଦ୍ୱିତୀୟ ଦିବସରେ ଏହି କାର୍ଯ୍ୟକ୍ରମ ରେ ଅତିଥି ରୂପେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ଆସିକା ସାଂସଦ ପ୍ରମିଳା ବିଷୋୟୀ, ବିଧାୟିକା ମଞ୍ଜୁଳା ସ୍ଵାଇଁ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,  ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ଵାଇଁ,ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ୱାଇଁ , ମନ୍ଦିର ପରିଚାଳନା କମିଟି ସଭାପତି ସତ୍ୟ ନାରାୟଣ ସ୍ୱାଇଁ,ଏ ସି ଏମ ପି ସି ଏସ ସଭାପତି କାର୍ତ୍ତିକେଶ୍ୱର ପରିଡା ଯୋଗ ଦେଇଥିଲେ।ଶନିବାର ରେ ମଧ୍ୟ ବହୁ ଅତିଥି ଏଥିରେ ଯୋଗଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ