ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ମହୋତ୍ସବ ଉଦଘାଟିତ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ଓ ସଂସ୍କୃତି ପରିବେଷଣ

ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ମହୋତ୍ସବ ଉଦଘାଟିତ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ଓ ସଂସ୍କୃତି ପରିବେଷଣ

0 0
Read Time:2 Minute, 41 Second

ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆସିକା ଖମ୍ବେଶ୍ୱରୀ ଯାତ୍ରାକୁ ଅଧିକ ଆକର୍ଷିତ କରିବା ପାଇଁ ଆସିକା ଫେଷ୍ଟ ଏବଂ ଖମ୍ବେଶ୍ୱରୀ ଯାତ୍ରା କାର୍ଯ୍ୟକ୍ରମ ମିଶି ଖମ୍ବେଶ୍ୱରୀ ବୈଶାଖୀ ମହୋତ୍ସବ ଆୟୋଜନ କରାଯାଇଛି।ଆସନ୍ତା ୩୦ ପର୍ଯ୍ୟନ୍ତ ଏହି ତିନିଦିନିଆ ମହୋତ୍ସବରେ ମୁକ୍ତାକାଶ ରଙ୍ଗମଞ୍ଚରେ କଳା ଓ ସଂସ୍କୃତିରରେ ଖ୍ୟାତନାମା କଳାକାରଙ୍କୁ ଦେଖିବାକୁ ମିଳିବ। ଆସିକା ଐତିହ୍ୟ ଓ ସଂସ୍କୃତି ସଂପନ୍ନ ଅଞ୍ଚଳର ଇତିହାସରେ ଯୋଡି ହେବାକୁ ଯାଇଛି ଖମ୍ବେଶ୍ୱରୀ ମହୋତ୍ସବ । ଚଳିତ ବର୍ଷର ବୈଶାଖୀ ଯାତ୍ରା ମହୋତ୍ସବ ଶୁକ୍ରବାର ଆରମ୍ଭ ହୋଇ ସୋମବାର ଶେଷ ହେବ । ମା’ ଖମ୍ବେଶ୍ୱରୀଙ୍କ ବୈଶାଖୀ ଯାତ୍ରା ମହୋତ୍ସବକୁ ଆସିକା ଏନ ଏ ସି ଅଧକ୍ଷା ବିନେତା ସ୍ବାଇଁ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ବାଇଁ,ତହସିଲଦାର ସଞ୍ଜୟ ସାମନ୍ତରାୟ, ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ଉମାଶଙ୍କର ସିଂ,ଥାନା ଅଧିକାରୀ ପ୍ରଶାନ୍ତ ସାହୁ,କୋଟିନାଡ଼ା ଥାନା ଅଧିକାରୀ କୃଷ୍ଣଚନ୍ଦ୍ର ସାହା ପ୍ରମୁଖ ଉଦଘାଟିନ ଉତ୍ସବରେ ଯୋଗ ଦେଇଥିଲେ।ତିନିଦିନ ଧରି ଏହି ମହୋତ୍ସବ ଚାଲିବାକୁ ଥିବା ବେଳେ ରାତ୍ରରେ ନାଚ ଗୀତରେ ହରିହର ହାଇସ୍କୁଲ ପଡ଼ିଆ ପ୍ରକମ୍ପିତ ହେବ। ଏହି ମୁକ୍ତାକାଶ ରଙ୍ଗମଞ୍ଚରେ ଓଲିଉଡ ଜଗତର କଳାକାର ଓ ଟେଲି କଳାକାର ଏବଂ ପ୍ରଚ୍ଛଦପଟ୍ଟର ଗାୟକ ଗାୟିକା ମାନଙ୍କ ସମୂହ ସମେବେତ ହେବାରୁ ଦର୍ଶକ ଓ ଭକ୍ତ ପାଇଁ ଆଣିଦେଇଛି ନୁଆଁ ଉନ୍ମାଦନା ଓ ଉଲ୍ଲାସ।ତିନି ଦିନିଆ ମହୋତ୍ସବକୁ ବ୍ୟାପକ ଏବଂ ଚିତାକର୍ଷକ କରିବା ପାଇଁ ମନ୍ଦିର ପରିଚାଳନା କମିଟି , ଯାତ୍ରା କମିଟିର ତତ୍ୱାବଧନରେ ପରିଚାଳିତ ହେବ।ପ୍ରଥମ ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ ହୋଇଛି
ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ନୃତ୍ୟ ଓ ସଙ୍ଗୀତରେ ମାଧ୍ୟମରେ ପରିବେଷଣ କରିଥିଲେ ଅଂଚଳର କଳାକାର।ଏହା ସଙ୍ଗକୁ ନାମୀଦାମୀ ଓଲିଉଡ୍ କଳାକାର ମହୋତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲେ। ପ୍ରତ୍ୟେକ ସନ୍ଧ୍ୟାର ଓଲିଉଡ ତାରକା ସମେତ ଓଡିଶୀ ନୃତ୍ୟ, ସ୍ଥାନୀୟ ଲୋକ କଳା,ଓଡିଆ ଓ ହିନ୍ଦୀ ଚଳଚିତ୍ର ଜଗତର ବହୁ ସୁନାମଧନ୍ୟ କଳାକାର ଯୋଗ ଦେଇଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ମନୋରଞ୍ଜନ ସ୍ପେଶାଲ୍ ରିପୋର୍ଟ