ଧରାକୋଟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ର 1986 ବର୍ଷର ଛାତ୍ର ମାନଙ୍କର ବନ୍ଧୁ ମିଳନ କାର୍ଯ୍ୟକ୍ରମ ନିକଟସ୍ଥ ଢଉଗାଁ ଜଳ ସେଚନ ବିଭାଗ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି। ଏହି ମୀଟ କାର୍ଯ୍ୟକ୍ରମରେ ଅବସର ପ୍ରାପ୍ତ ଗୁରୁଜୀ ଅନ୍ତର୍ଯ୍ୟାମୀ ପ୍ରଧାନ,ଭାସ୍କର ସାହୁ,ପ୍ରଦୀପ ପଟ୍ଟନାୟକ,ଭାସ୍କର ସାହୁ, କୀର୍ତ୍ତି ଚନ୍ଦ୍ର ପାଳ ଓ ବିଜୟ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ପୁରାତନ ଛାତ୍ର ରବିନ୍ଦ୍ର ପଲାଇ ଗୁରୁ ବନ୍ଦନା ସହ ସମ୍ୟକ ସୂଚନା ଦେଇଥିଲେ । ଯୋଗେନ୍ଦ୍ର ସାସମାଲ,ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ,ରବୀନ୍ଦ୍ର ସାହୁ,ରାଧାକାନ୍ତ ସାହୁ,ସରୋଜ ସୁବୁଦ୍ଧି ଓ ସୂର୍ଯ୍ୟ ନାରାୟଣ ଅଚା ରୀ ପ୍ରମୁଖ ଫୁଲ ତୋଡା ଓ ଉପଢୌକନ ଦେଇ ଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ସମସ୍ତ ଛାତ୍ର ନିଜର ପରିଚୟ ଆଦାନ ପ୍ରଦାନ କରିଥିଲେ। ଗୁରୁଜୀ ମାନେ ଛାତ୍ର ବତ୍ସଳତା, ଶୃଙ୍ଖଳା ଜ୍ଞାନ ଓ ଚରିତ୍ର ଗଠନ ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମରେ ଶିବାଜି ଗଣେଶ ପଣ୍ଡା,ଲକ୍ଷ୍ମୀ ନାରାୟଣ ମହାନ୍ତି,ମହେନ୍ଦ୍ର ପ୍ରଧାନ, ସରୋଜ ପାଣିଗ୍ରାହୀ,ସନ୍ତୋଷ ପାଣିଗ୍ରାହୀ, ସୁରେଶ ସ୍ବାଇଁ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

