ଧରାକୋଟ ରେ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

ଧରାକୋଟ ରେ ଅକ୍ଷୟ ତୃତୀୟା ଓ କୃଷକ ଦିବସ ପାଳନ

0 0
Read Time:1 Minute, 45 Second


ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶସ୍ତି କରଣ ବିଭାଗର ନିର୍ଦ୍ଦେଶ ପ୍ରକାରେ ଆଜି ଧରାକୋଟ ବ୍ଲକ ସ୍ତରୀୟ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଜଗମୋହନ ପଞ୍ଚାୟତ ର ପୁଟୁ ମୁକ୍ତେଶ୍ଵର ମନ୍ଦିର ପୀଠରେ ପାଳିତ ହୋଇଯାଇଛି। ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆତ୍ମା ଅଧ୍ୟକ୍ଷ ନୀଳମଣି ସ୍ୱାଇଁ ସଭାପତିତ୍ବ କରିଥିଲେ। ବି ଡି ଓ ଡେନିସ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଖିମୁଠି ଅନୁକୂଳ କରିଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାରମ୍ପରିକ ରୀତିରେ ଚାଷ ସହ ଧାନ ବୁଣିଥିଲେ।ଅନ୍ୟତମ ଅତିଥି ଭାବରେ ସରପଞ୍ଚ ପ୍ରମୋଦ ମହାରଣା, ସହକାରୀ କୃଷି ଅଧିକାରୀ ଅନିଲ ବେହେରା, ଏଫ ଇ ଓ ଶିବାନୀ ମହାନ୍ତି,ଜୀବିକା ମିଶନ ସଂଯୋଜକ ପ୍ରତାପ ସ୍ୱାଇଁ, ଉଦ୍ୟାନ ବିଭାଗ ତରଫରୁ ନରହରି ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି କୃଷକ ମାନଙ୍କ ପାଇଁ ରହିଥିବା ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ଅବଗତ କରାଇଥିଲେ। ଆଜିଠାରୁ ଅନଲାଇନ ରେ ଦଶ ପ୍ରତିଶତ ଅମାନତ ଜମା ଦେଇ ବିହନ କ୍ରୟ କରିବା ପାଇଁ ବିଭାଗ ତରଫରୁ କୃଷକ ମାନଙ୍କୁ ସୂଚନା ଦିଆଯାଇଥିଲା । ଚଳିତ ବର୍ଷ ଭଲ ଫସଲ ଅମଳ ସହ କୃଷକ ମାନଙ୍କ ଆର୍ଥିକ ମାନଦଣ୍ଡର ବିକାସ ପାଇଁ ଅତିଥି ମାନେ ମତ ରଖିଥିଲେ

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
Lifestyle