ଆସିକାର ବିଭିନ୍ନ ସ୍ଥାନରେ  ଦଣ୍ଡ ଯାତ୍ରା ଆରମ୍ଭ

ଆସିକାର ବିଭିନ୍ନ ସ୍ଥାନରେ  ଦଣ୍ଡ ଯାତ୍ରା ଆରମ୍ଭ

0 0
Read Time:1 Minute, 13 Second

ଆସିକା, କାଳଷଣ୍ଢପୁର ,ନୂଆଗାଁ, ବାବନପୁର ଓ ପଙ୍କଳବାଡି ଅଞ୍ଚଳରେ ଦଣ୍ଡଯାତ୍ରା ଆରମ୍ଭ ହୋଇଛି।ମାନସିକଧାରୀ ବ୍ଲକର ବିଭିନ୍ନ ସ୍ଥାନରେ ଦଣ୍ଡ ଖେଳା ଯାଇଥିଲା। କେଉଁଠି ୧୩,୧୮ଓ ୨୧ ଦିନିଆ ଦଣ୍ଡଯାତ୍ରା  ଆରମ୍ଭ ହୋଇଛି।ଏହି ଉପାସନା ଦେଖିବାକୁ ଭକ୍ତଙ୍କ ଭିଡ ଜମିଥିଲା। ଗ୍ରାମରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପୂଜା ପାଠ କରାଯାଇଥିଲା। ଶତାଧିକ ମାନସିକଧାରୀ ଦଣ୍ଡୁଆ ଏଥିରେ ସାମିଲ ହୋଇଛନ୍ତି।ମା’ଙ୍କ ଯାତ୍ରା ଆରମ୍ଭରେ ବହୁ ଶ୍ରଦ୍ଧାଳୁଙ୍କ ଭୁକ୍ତାମାନେ ଗେରୁଆ ବସ୍ତ୍ର ପରିଧାନ କରି ଓ ହାତରେ ବାନା ପିଞ୍ଛ ମୁଠା ସହ ଅଗ୍ନି ଦଣ୍ଡଧରି ଏବଂ ଢୋଲ, ମହୁରୀ ବଜାଇ ଗ୍ରାମ ପରିକ୍ରମା କରିଥିଲେ। ଏହା ପରେ ସନ୍ଧ୍ୟା ଆଳତି ଏବଂ ମଧ୍ୟରାତ୍ରରେ ଭୋଗ ସରିବା ପରେ କାଳୀପ୍ରଭା ଧରି ନାଚ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଲୋକମାନଙ୍କ ଭିଡ ଜମିଥିଲା।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ