ଆସିକା ବରିଷ୍ଠ ନାଗରିକ ଚିତ୍ତବିନୋଦନ କେନ୍ଦ୍ରରେ ବରିଷ୍ଠ ନାଗରିକ ସଙ୍ଗଠନ ପକ୍ଷରୁ ଉତ୍କଳ ଦିବସ ପାଳନ ଅବସରରେ ଆସିକାରେ ଋଷିକୂଲ୍ୟା ଜିଲ୍ଲା ପ୍ରତିଷ୍ଠା କରଯାଉ ବୋଲି ଏକ ନିର୍ଦ୍ଧାରଣ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ ପାଇଁ ପ୍ରସ୍ତାବ ଆଗତ ହୋଇଛି।ଏପରିକି ସଙ୍ଗଠନର ସମସ୍ତ ସଦସ୍ୟ ବ୍ୟକ୍ତିଗତ ଭାବେ ପୋଷ୍ଟ କାର୍ଡ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଋଷିକୂଲ୍ୟା ଜିଲ୍ଲା ସମ୍ପର୍କରେ ଅବଗତ କରାଇ ଦାବିର ଯଥାର୍ଥତା ଜଣାଇବା ନିମନ୍ତେ ଅନୁରୋଧ ପତ୍ର ଲେଖିବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଉତ୍କଳ ଦିବସ ଗଠନରେ ଯେଉଁ ଯୋଗଜନ୍ମା ମହାପୁରୁଷ ନିଜକୁ ଜଳାଞ୍ଜଳି ଦେଇ ସ୍ବତନ୍ତ୍ର ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସେମାନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ସହ ସ୍ମୃତିଚାରଣ କରାଯାଇ ଥିଲା। ମହାପୁରୁଷମାନେ ଯେଉଁ ମହତ୍ ଉଦ୍ଦେଶ୍ୟ ନେଇ ସ୍ବତନ୍ତ୍ର ରାଜ୍ୟ ଗଠନ କରିଥିଲେ, ଦୀର୍ଘ ୮୮ ବର୍ଷ ପରେ ମଧ୍ୟ ଆମ ରାଜ୍ୟ ଆହୁରି ଅବହେଳିତ ରହିଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ଉକ୍ତ ସଭାରେ ବରିଷ୍ଠ ନାଗରିକ ତଥା ସଙ୍ଗଠନର ସଭାପତି ଗଣେଶ ରଥଙ୍କ ପୌରୋହିତ୍ୟରେ ଅୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଓକିଲ ସଂଘ ସଭାପତି ରବିନ୍ଦ୍ର ଶର୍ମା,ଆଇନଜୀବୀ ସୁରେନ୍ଦ୍ରନାଥ ପଣ୍ଡା ,ଅଜିତ ପଟ୍ଟନାୟକ, ଲଳିତ ଦାସ ସମେତ ବହୁ ବୁଦ୍ଧିଜୀବୀ,ବରିଷ୍ଠ ନାଗରିକ ତଥା ସଙ୍ଗଠନ ର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମର ସକ୍ରିୟ ଅଂଶ ଗ୍ରହଣ କରିଥିଲେ।

