ଚାରଣ ଗୋଷ୍ଠୀ  ୪୫ ତମ ରାଜ୍ୟ ଭକ୍ତ ତିନିଦିନିଆ ସମ୍ମିଳନୀ ଶୁଭାରମ୍ଭ 

ଚାରଣ ଗୋଷ୍ଠୀ  ୪୫ ତମ ରାଜ୍ୟ ଭକ୍ତ ତିନିଦିନିଆ ସମ୍ମିଳନୀ ଶୁଭାରମ୍ଭ 

0 0
Read Time:3 Minute, 19 Second

ଆସିକାରେ ଆନ୍ତର୍ଜାତୀୟ ଚାରଣ ଗୋଷ୍ଠୀ ର ୪୫ ତମ ରାଜ୍ୟ ଭକ୍ତ ସମ୍ମିଳନୀ  ଶୁକ୍ରବାର ରେ  ଶୁଭାରମ୍ଭ  ହୋଇଛି। ତିନିଦିନିଆ ଏହି କାର୍ଯ୍ୟକ୍ରମ ଆସିକା ଟାଉନ ହଲ ପଡିଆ ଠାରେ ଆୟୋଜିତ ହୋଇଥିବା ବେଳେ ପୁରୀ ଶ୍ରୀକ୍ଷେତ୍ର ରୁ ଆସିଥିବା ଆଜ୍ଞାମାଳ କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇ ସେଠାରେ ସ୍ଥାପନ କରାଯାଇଛି। ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ ଗୋବିନ୍ଦ ବେହେରା ଙ୍କ ନେତୃତ୍ୱ ରେ ପୁରୀ ରୁ ଆସିଥିବା ଆଜ୍ଞାମାଳ  କଳିଙ୍ଗା ରୋଡ଼ ସ୍ଥିତ ରାଜସ୍ବ ଡାକବଙ୍ଗଳା ନିକଟରେ ପହଁଚିବା ପରେ ଚାରଣ ଗୋଷ୍ଠୀ ଆସିକା ଶାଖାର ଦଳପତି ତଥା ଅବସର ପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ , ଗଞ୍ଜାମ ଜିଲ୍ଲା ସଂଗଠକ ଗୋବିନ୍ଦ ବେହେରା, ଅଭ୍ୟର୍ଥନା ସମିତି ର  ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ପ୍ରେମୀ  ସମାଜସେବୀ ବଂଶୀଧର ନାହାକ ଙ୍କ  ସମେତ ରାଜ୍ୟ ରୁ ଆସିଥିବା ଶତାଧିକ ପ୍ରତିନିଧି, ସ୍ଥାନୀୟ ସଭ୍ୟ ଓ କର୍ମକର୍ତ୍ତା, ବହୁ ବୁଦ୍ଧିଜୀବୀ ଯୋଗ ଦେଇ ଥିଲେ। ବର୍ଣ୍ଣାଢ଼୍ୟ ଶୋଭାଯାତ୍ରା ରେ ନଗର ପରିକ୍ରମା କରି ଭକ୍ତ ମାନେ ଟାଉନ ହଲ ପଡିଆ ଠାରେ ପହଞ୍ଚିଥିଲେ। ଅପରାହ୍ନ ରେ ଚାରଣ ଗୋଷ୍ଟି  ର ମହିଳା ଭକ୍ତ ମାନେ ଜଳଯାତ୍ରା ରେ  ଋଷିକୂଲ୍ୟା ନଦୀ ରୁ ଜଳ ସଂଗ୍ରହ କରି ଟାଉନ ହଲ ପୂଜାମଣ୍ଡପରେ ସ୍ଥାପନା କରିଥିଲେ। ସନ୍ଧ୍ୟାରେ  ଅନୁଷ୍ଟିତ ଆଲୋଚନା ସଭାରେ ପୁରୀ ଜଗନ୍ନାଥ ଙ୍କ ପ୍ରମୁଖ ପୂଜକ ଲୋକନାଥ ଦଇତାପତି, କୃଷ୍ଣା ଚନ୍ଦ୍ର ପୂଜାପଣ୍ଡା ସାମନ୍ତତା ସମେତ ବହୁ ବକ୍ତା ଜଗନ୍ନାଥ ସଂସ୍କୃତି ର ପ୍ରଚାର ଓ ପ୍ରସାର, ଆଦର୍ଶ ପରିବାର ଗଠନ ସହ ସମାଜରେ ଆଧ୍ୟାତ୍ମିକ ବାତାବରଣ ଓ ଭାଇଚାରା ସୃଷ୍ଠି ଲକ୍ଷ୍ୟରେ ଗଠିତ ଚାରଣ ଗୋଷ୍ଠୀ ର  କାର୍ଯ୍ଯ ନେଇ ବିବରଣୀ ଉପସ୍ଥାପନ କରିଥିଲେ।  ଚାରଣ ଆସିକା ଶାଖାର ଉପଦେଷ୍ଟା ତଥା ଆସିକା ଓକିଲ ସଂଘର ସଭାପତି ସୁରେନ୍ଦ୍ରନାଥ ପଣ୍ଡା ଓ ପ୍ରେସ କ୍ଲବ ସଭାପତି ସତ୍ୟନାରାୟଣ ରଥଙ୍କ ସମେତ ଵିନୋଦ ପାତ୍ର,ବାବୁ ପାତ୍ର, ସିମାଞ୍ଚଳ ରଥ,ଦୁର୍ଗାମାଧବ ମିଶ୍ର,ଯୋଗେନ୍ଦ୍ର ପ୍ରଧାନ ଅଭିମନ୍ୟୁ ସେଠୀ,ସୁରେଶ ପାତ୍ର,ଏମ. ତାରିଣୀ ସେନାପତି,ତିରୁପତି ପାତ୍ର,ସୁରି ବିଶୋଇ,ଭଗବାନ ମହାରଣା,ସୁରେନ୍ଦ୍ର ପାଢ଼ୀ, ଡି. ଲିଙ୍ଗରାଜ ପାତ୍ର,ଦେବହରି ମହାନ୍ତି,ମନମୋହନ ସେନାପତି, ଲକ୍ଷ୍ମୀ ନାରାୟଣ ମହାନ୍ତି ପ୍ରମୁଖ ଯୋଗଦେଇ ବିଭିନ୍ନ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ସମ୍ମିଳନୀ ଚଳିତ ମାସ ୩୧ ଓ ଏପ୍ରିଲ୍ ୧ ଓ ୨ ତାରିଖ  ତିନିଦିନ ଧରି  ଅନୁଷ୍ଟିତ ହେଉଛି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ