ଆସିକା ବିଜେ ମା ଖମ୍ବେଶ୍ବରୀ ଙ୍କ ପୀଠରେ ମାଙ୍କ ଖମ୍ବେଶ୍ବରୀ ବୈଶାଖୀ ଯାତ୍ରା ପାଇଁ ମନ୍ଦିର ପରିଚାଳନା ସଭାପତି ଶ୍ରୀ ସତ୍ୟନାରାୟଣ ସ୍ୱାଇଁ ଙ୍କ ଅଧକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ,ଆସିକା ଏନ.ଏ.ସି ଅଧକ୍ଷା ବିନେତା ସ୍ୱାଇଁ,ଗଞ୍ଜାମ ଜୋନ ସଭାପତି ନଚିକେତା ସ୍ୱାଇଁ, ଭଗବାନ ସାହୁ,ବ୍ଲକ ଅଧକ୍ଷା ପ୍ରତିନିଧି ଶିବ ନାହାକ,ଅଭିମନ୍ୟୁ ନାହାକ,ତହସିଲଦାର ସଞ୍ଜୟ ସାମନ୍ତରା,ଆସିକା ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ନିର୍ବାଚିତ ପ୍ରତିନିଧି,କମିଟି ସଭ୍ୟ ମନୋଜ ମୁନୀ ଏବଂ ବିଭିନ୍ନ ଅନୁଷ୍ଠାନର ସଭାପତି ସମ୍ପାଦକ,ଯାତ୍ରା କମିଟି ବୃନ୍ଦ ,ଅର୍ଚକ ବୃନ୍ଦ, ବାରିକ ଓ ବୀମାନ ବାହକ ଏବଂ ବହୁ ସଂଖ୍ୟାରେ ଅଞ୍ଚଳବାସୀ ଉପସ୍ଥିତ ରହି ମା ଙ୍କ ଯାତ୍ରା ଆସନ୍ତା ଆପ୍ରିଲ ୨୬ ରୁ ୩୦ଯାଏଁ ହରିହର ଉଚ୍ଚ ବିଦ୍ୟାଳୟ ସ୍ଥିତ ମିନି ଷ୍ଟାଡିୟମ ଠାରେ ଷ୍ଟେଜଶୋ ଜରିଆରେ ମନୋରଞ୍ଜନ କାର୍ଯ୍ୟକ୍ରମ ଏବଂ ଜିଲ୍ଲା ର ସଂସ୍କୃତି ଓ ଲୋକକଳା ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବା ପାଇଁ ବୈଠକ ରେ ନିଷ୍ପତି ନିଆଗଲା।

