ସୁନା ଦୋକାନରୁ ଅଳଙ୍କାର ନେଇ ଫେରାର ୨ ଗିରଫ

ସୁନା ଦୋକାନରୁ ଅଳଙ୍କାର ନେଇ ଫେରାର ୨ ଗିରଫ

0 0
Read Time:1 Minute, 24 Second

ଆସିକା ଥାନା ଅନ୍ତର୍ଗତ  ବିନାୟକ ବଜାର ସ୍ଥିତ ଏକ ସୁନା ଦୋକାନ ରୁ ବିକ୍ରି କରି ଦେବ କହି ୩୫୦ ଗ୍ରାମ ସୁନା ଅଳଙ୍କାର ନେଇ ଫେରାର ହୋଇଯିବା ଘଟଣା ରେ ପୋଲିସ ଆଜି ଆସିକା ମୁନି ସାହିର ର ରାଜୁ ରେଡ୍ଡୀ ଓରଫ ପି ବାଲରାଜୁ ରେଡ୍ଡୀ ଓ ପୁରୁଷୋତ୍ତମପୁରର ଡି ଦିପୁ ଆଚାରୀ କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିନାୟକ ବଜାରର ଜୁଏଲାରୀ ଦୋକାନରର ପି ସୁଧାକର ପାତ୍ର ଙ୍କ ଠାରୁ ଗତ ଜାନୁଆରୀ ୯ ତାରିଖରେ ହାଟ ପଦା ର ସୁନା ଦୋକାନୀ ପି ବାଲରାଜୁ ରେଡ୍ଡୀ ବିକ୍ରି କରିବ କହି ପ୍ରାୟ କୋଡିଏ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଆଣି ସେହି ସୁନା କୁ ନେଇ ଫେରାର ହୋଇଥିଲା। ସୁନା କିମ୍ବା ଟଙ୍କା ଫେରସ୍ତ ନମିଳିବାରୁ ଗତ ମାସ ରେ ସୁଧାକର ପାତ୍ର ଆସିକା ଥାନା ରେ ଅଭିଯୋଗ କରିବା ପରେ ଏକ ମାମଲା ୧୩୬/୨୩ ରୁଜୁ କରି ତଦନ୍ତ ଆରମ୍ଭ କରି ରାଜୁ ରେଡି ଓ ଡି ଦିପୁ ଆଚାରୀ କୁ ଗିରଫ କରି ୨୮୦ ଗ୍ରାମ ସୁନା ଓ ଦୁଇ ଲକ୍ଷ ଟଙ୍କା ଜବତ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କହିଛନ୍ତି।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ