ଜିଲ୍ଲା ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

ଜିଲ୍ଲା ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା

0 0
Read Time:1 Minute, 41 Second

ସମବାୟ ମାଧ୍ୟମରେ ଚାଷୀକୁ ଋଣ ଏବଂ ଉତ୍ତମ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଲକ୍ଷରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ପକ୍ଷରୁ ସ୍ଥାନୀୟ ସାବିତ୍ରୀ କଲ୍ୟାଣ ମଣ୍ଡପ ଠାରେ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଥିଲା।ଏଥିରେ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ,ଆସିକା ସାଂସଦ ପ୍ରମିଳା ବିଷୋୟୀ, ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ,କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ,ସମବାୟ ବିଭାଗର ସ୍ୱତନ୍ତ୍ର ସଚିବ ସୁଦର୍ଶନ ସେଠୀ, ଡି ଆର ସି ଏସ ବିଶ୍ୱରଞ୍ଜନ ଦାସ,ନାବାଡ଼ ଅଧିକାରୀ ସଂଜୀବ ମିଶ୍ର, ବ୍ୟାଙ୍କ ପରିଚାଳନ ସଭାପତି ମଙ୍ଗୁଳୁଧର ସାହୁ ଓ  ସଂପାଦକ ସ୍ମୃତିଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ସରକାରଙ୍କ ଦ୍ୱାରା ଚାଷୀ ପାଇଁ ବିନା ସୁଧରେ ଋଣ ପ୍ରଦାନ ଏବଂ ସ୍ୱାବଲମ୍ବୀ ଚାଷୀକୁ କମ ସୁଧରେ କିଭଳି ଯୋଜନା ସବୁ ପ୍ରଣୟନ କରାଯାଇଥିବା ତାହାରି ଉପରେ ଆଲୋକପାତ କରିଥିଲେ।ଏଥିପାଇଁ ବ୍ୟାଙ୍କ ଅଧୀନରେ ଥିବା ସମସ୍ତ ସୋସାଇଟି ଗୁଡିକରେ ସୁରୁଖୁରୁରେ କାର୍ଯ୍ୟକାରୀ ହେବ ସେଥିପାଇଁ ସମସ୍ତ ସେକ୍ରେଟାରୀ ମାନଙ୍କୁ ତାଙ୍କ ଦାୟିତ୍ବ ସମ୍ପର୍କରେ ଅବଗତ କରାଯାଇଥିଲେ।ଏହି ଅବସରରେ ବ୍ୟାଙ୍କ ପରିଚାଳନା କମିଟିର ସଦସ୍ୟ,କର୍ମଚାରୀ ଏବଂ ସମସ୍ତ ସୋସାଇଟି ର ସମ୍ପାଦକ ମାନେ ଉପସ୍ଥିତ ଥିଲେ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ସ୍ପେଶାଲ୍ ରିପୋର୍ଟ