ଆସିକା ସରକାରୀ ବାଳିକା ବିଦ୍ୟାଳୟର ୬୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଜଲୀ ମହାପାତ୍ର ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ, ଅନ୍ୟତମ ଅତିଥି ରୂପେ ଏନ ଏ ସି ଅଧକ୍ଷା ବିନିତା ସ୍ୱାଇଁ,ବିଡିଓ ଫକୀର ଚରଣ ପରିଡା,କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ,ସାଂସଦ ପ୍ରତିନିଧି ସତ୍ୟନାରାୟଣ ସ୍ୱାଇଁ,ହିଂଜିଳି ଗୋଷ୍ଠୀ ଶିକ୍ଷା ଅଧିକାରୀ ଏସ ଗିରିଧର ଓ ସ୍କୁଲ ପରିଚାଳନା କମିଟିର ଅଧ୍ୟକ୍ଷ ମୋହନ ରାଓ ,ଶିକ୍ଷକ ଅଶୋକ ପଟ୍ଟନାୟକ ପ୍ରମୂଖ ଯୋଗଦେଇ ପିଲାଙ୍କୁ ନୀତି ଶିକ୍ଷା ଏବଂ ଚରିତ୍ର ଗଠନ ଉପରେ ଉପଦେଶ ଦେଇ ଶିକ୍ଷା ପ୍ରତି ସେମାନେ ନିଷ୍ଠା ରଖିବାକୁ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଥିଲେ।ଏହି ଅବସରରେ ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ।ସ୍କୁଲ ଛାତ୍ରୀଙ୍କ ଦ୍ୱାରା ନାଚ ଓ ଗୀତ ଏବଂ ଦେଶାତ୍ମବୋଧକ ଏକାଙ୍କିକା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ପରିଶେଷରେ ସ୍କୁଲର ଛାତ୍ରୀ ବିସ୍ମିତା ପାଣିଗ୍ରାହୀ ବୋର୍ଡ଼ ପରୀକ୍ଷାରେ ଟପ୍ପର ହୋଇଥିବାରୁ ତାଙ୍କୁ ମାଧୁରୀ ସ୍ୱାଇଁ ମେମୋରିଆଲ ଟ୍ରଷ୍ଟ ତରଫରୁ ନଗଦ ଏଗାର ହଜାର ଟଙ୍କା ପ୍ରଦାନ କରାଯାଇଥିଲା।ବାର୍ଷିକ ଉତ୍ସବରେ ସ୍କୁଲର ଛାତ୍ରୀ,ଅଭିଭାବକ, ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ପିଲାଙ୍କୁ ଉତ୍ସାହିତ କରିଥିଲେ।



