ବାରିଆ ଥାନା ନୟା ଧର୍ନ୍ତଜୟପୁର ଗ୍ରାମର + ୨ ପଢୁଥିବା କଲେଜ ଛାତ୍ରୀ ମନିକା ନାଏକ ( ୧୭ବର୍ଷ ) ଙ୍କର ଅପରାହ୍ନରେ ଦୁଃଖଦ ମୃତ୍ୟୁ ଘଟିଛି । ସେ ନିକଟସ୍ଥ ଉଖୁଣ୍ଡା କଲେଜରେ ପଢ଼ୁଥିଲେ । ଜାତୀୟ ଜୁନିୟର ମହିଳା ଖୋ ଖୋ ଦଳରେ ଓଡିଶା ପକ୍ଷରୁ ସାମିଲ ହୋଇ ବିଭିନ୍ନ ରାଜ୍ୟରେ ସେ ତାଙ୍କର ନିଜର ଖେଳ ପ୍ରତିଭା ଦେଖାଇବା ସହିତ ଦଳଗତ ଓ ବ୍ୟକ୍ତିଗତ ଭାବେ ବହୁ ପୁରସ୍କାର ର ଅଧିକାରିଣୀ ହୋଇ ପାରିଥିଲେ । ନିକଟରେ ଝାଡ଼ଖଣ୍ଡ ରାଜ୍ୟରେ ଅନୁଷ୍ଠିତ ଖୋଖୋ ପ୍ରତିଯୋଗୀତାରେ ଓଡିଶାକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କୌଣସି କାରଣରୁ ମନିକା ଆଜି ନିଜ ଘରେ ବେକରେ ରସି ଲଗାଇ ଝୁଲି ପଡିଥିଲେ । ପରିବାର ର ଲୋକ ଏହା ଜାଣିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଝୁମ୍ପୁରା ଡାକ୍ତରଖାନା ଆଣିଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପରିବାର ପକ୍ଷରୁ ବାରିଆ ଥାନାରେ ରିପୋର୍ଟ କରାଯାଇଛି । ବାରିଆ ପୋଲିସ ଏକ କେଶ ନଂ ୬ / ୨୦୨୩ କରି ଘଟଣାର ତଦନ୍ତ କରୁଛି ।

