ଆସିକା ସହର ର କଳିଙ୍ଗ ରୋଡ଼ ସ୍ଥିତ ଶାନ୍ତିଲତା ବେହେରା ଙ୍କ ଘର କୁ ଗୌରୀ ସ୍ୱାଇଁ ନାମକ ବ୍ୟକ୍ତି ୨୦୧୧ ମସିହା ଠାରୁ ଜୋର ଜବରଦସ୍ତ ନିଜ ଅକ୍ତିଆର ରେ ରଖିଥିବା ବେଳେ ସେହି ଘର ମୁକୁଳାଇବା ପାଇଁ ନଅ ମାସ ପୂର୍ବେ ହାଇକୋର୍ଟ ଙ୍କ ନିର୍ଦେଶ ଦେଇଥିଲେ ମଧ୍ୟ ସ୍ଥାନୀୟ ତହସିଲଦାର କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରି ଆଜି ଶାନ୍ତିଲତା ଙ୍କ ଝିଅ ଜୟଶ୍ରୀ ବେହେରା ତହସିଲ କାର୍ଯ୍ୟାଳୟ ରେ ଧାରଣା ଦେଇଥିଲେ । କିଛି ବର୍ଷ ହେଲା ଜୟଶ୍ରୀ ଙ୍କ ବାପା ମା ଙ୍କ ମୃତ୍ୟୁ ହୋଇଯାଇଛି l ତାଙ୍କ ପରିବାର ର ସଦସ୍ୟ ଆଉ କେହି ନଥିବାରୁ ସେ ୨୦୧୧ ମସିହାରେ ହାଇକୋର୍ଟ ରେ ମାମଲା ରୁଜୁ କରିଥିଲା l କୋର୍ଟ ଗତ ନଅମାସ ତଳେ ଘର ଅକ୍ତିଆର କରି ରଖିଥିବା ଗୌରୀ ସ୍ୱାଇଁ ଙ୍କୁ ଉଠାଇବା କୁ ତହସିଲଦାର ଙ୍କୁ ନିର୍ଦେଶ ଦେଇଥିଲେ ମଧ୍ୟ ତହସିଲଦାର କୌଣସି ପଦ କ୍ଷେପ ନେଉନଥିବା ଅଭିଯୋଗ ହୋଇଛି l ଘଟଣା କୁ ନେଇ ଜୟଶ୍ରୀ ବାରମ୍ବାର ତହସିଲ କାର୍ଯ୍ୟାଳୟ କୁ ଦୌଡି ଦୌଡ଼ି ନୟାନ୍ତ ହୋଇଥିବା ବେଳେ କୌଣସି ସୁଫଳ ନମିଳିବାରୁ ଶେଷରେ ଆଜି ସେ ତହସିଲ ଆଗରେ ଧାରଣା ଦେଇଥିବା ଦେଖୁବାକୁ ମିଳିଛି l ଯେଉଁଦିନ ପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ନମିଳିଛି ସେ ଧାରଣା ଜାରି ରଖିବା କହିଛନ୍ତି l ସେପଟେ ହାଇକୋର୍ଟ ଙ୍କ ନିର୍ଦେଶ ସତ୍ୱେ ତହସିଲଦାର ଙ୍କ କାର୍ଯ୍ୟାନୁଷ୍ଠାନ ରେ ନିଷ୍କ୍ରିୟତା କୁ ନେଇ ଉଠିଛି ଏବେ ବଡ଼ ପ୍ରଶ୍ନ l

