ଧରାକୋଟ , ଚୋର ହୁକ ସଂଯୋଗ ରେ ଚାଲିଛି ରାଷ୍ଟ୍ରାୟତ ବ୍ୟାଙ୍କ

ଧରାକୋଟ , ଚୋର ହୁକ ସଂଯୋଗ ରେ ଚାଲିଛି ରାଷ୍ଟ୍ରାୟତ ବ୍ୟାଙ୍କ

0 0
Read Time:3 Minute, 18 Second

ଧରାକୋଟ ବ୍ଲକର ଜାହାଡ଼ା ସ୍ଥିତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ୍ ହୁକ୍ ସଂଯୋଗ ଦ୍ଵାରା ଚାଲିବା ଏବଂ ଏହା କୁ ଭିଜିଲାନ୍ସ ଚଢ଼ାଉ କରିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଥ୍ରୀଫେସ୍ ଲାଇନ ସଂଯୋଗ ବ୍ୟାଙ୍କରେ ଚୋରାରେ ଲାଗିଛି । ଜାହାଡା ବସ ଷ୍ଟାଣ୍ଡ ରୁ ଏହା ଗତ ବର୍ଷ 2021ନଭେମ୍ବର ମାସରେ ପଞ୍ଚାୟତ ଅଧିନସ୍ଥ ରାଜୀବ ଗାନ୍ଧୀ ସେବା କେନ୍ଦ୍ର କୁ ସ୍ଥାନାନ୍ତର ହୋଇଥିଲା । ଏ ସମ୍ପର୍କରେ ଶାଖା ପରିଚାଳକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କ ମଧ୍ୟରେ ଚୁକ୍ତିନାମା ପତ୍ର ସ୍ୱାକ୍ଷର ହୋଇଥିଲା । 1/8/2021 ରୁ 31/7/2041ମସିହା ପର୍ଯ୍ୟନ୍ତ ବ୍ୟାଙ୍କ୍ ଏଠାରେ ରହିବା ନେଇ ମାସିକ ପାଞ୍ଚ ହଜାର ଟଙ୍କା ଭଡ଼ା ଦେବାକୁ ପଞ୍ଚାୟତ ସହ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଗତ ଏପ୍ରିଲ ମାସରେ ସ୍ଥାୟୀ ସଂଯୋଗ ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଧରାକୋଟ ବିଦ୍ୟୁତ୍ ସେକ୍ସନ ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ପରେ ବିଭାଗ ତରଫରୁ ନିର୍ଦ୍ଦିଷ୍ଟ କାଗଜ ପତ୍ର ପ୍ରଦାନ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ କୁହା ଯାଇଥିଲା । କିଛି ଦିନ ପରେ ଆସିକା ବିଦ୍ୟୁତ୍ ବିଭାଗ ନିର୍ବାହୀ ଯନ୍ତ୍ରୀ ତୁରନ୍ତ ଆବଶ୍ୟକ କାଗଜ ପତ୍ର ଦେବାକୁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ଙ୍କୁ ଚିଠି ଲେଖିଥିଲେ ।ଏଥିରେ ମଧ୍ୟ ବ୍ୟାଙ୍କ୍ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଥିଲେ । ଘଟଣା ବଢିବା ପରେ ବିଭାଗ ତରଫରୁ ଭିଜିଲାନ୍ସ ବିଭାଗ କୁ ଖବର ଦେବା ପରେ ଗତ ଚଳିତ ମାସ ପାଞ୍ଚ ତାରିଖ ଦିନ ଭିଜିଲାନ୍ସ ବ୍ୟାଙ୍କ୍ ଉପରେ ଚଢ଼ାଉ କରି ଚୋରା ହୁକ୍ ସଂଯୋଗ ଧରିବା ପରେ ନୋଟିସ ଜାରି କରିଛନ୍ତି। ଆଶ୍ଚର୍ଯ୍ୟର କଥା ଗୋଟେ ରାଷ୍ଟ୍ରାୟତ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ଏହି ମନମନି ପଛରେ କି କାରଣ ରହିଛି । ଏହି ଘଟଣା ପରେ ଗତ 7/9/22ତାରିଖରେ ତ୍ରିଫେସ୍ ଲାଇନ ସଂଯୋଗ ନେବା ପାଇଁ ବ୍ୟାଙ୍କ୍ କର୍ତ୍ତୃପକ୍ଷ ପଞ୍ଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଚିଠି ଲେଖିଥିଲେ ମଧ୍ୟ ଚୁକ୍ତିନାମା ସ୍ବାକ୍ଷରିତ ସମ୍ପର୍କୀୟ ଫାଇଲ ପଂଚାୟତରେ ନଥିବା ଦର୍ଶାଇଛନ୍ତି ନୂତନ ନିର୍ବାହୀ ଅଧିକାରୀ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଜଣେ ସାଧାରଣ ବ୍ୟକ୍ତି ଚୋରାରେ ବିଦ୍ୟୁତ୍ ସଂଯୋଗ ରଖିଲେ ବିଭାଗ ତରଫରୁ ତାଙ୍କୁ ନକେଦମ୍ କରି ଜରିମାନା ଆଦାୟ କରା ଯାଉଛି ।ସଂପ୍ରତି ରାଷ୍ଟ୍ରାୟତ ବ୍ୟାଙ୍କ କର୍ତ୍ତୃପକ୍ଷ ଚୋରାରେ ନେଇଥିବା ସଂଯୋଗ ପାଇଁ ବିଦ୍ୟୁତ୍ ବିଭାଗ କି ପଦକ୍ଷେପ ନେଉଛି ଦେଖିବାକୁ ବାକି ରହିଲା ।

Happy
Happy
0 %
Sad
Sad
0 %
Excited
Excited
0 %
Sleepy
Sleepy
0 %
Angry
Angry
0 %
Surprise
Surprise
0 %
ଅପରାଧ