ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ସମରଝୋଳ ମା ଦଣ୍ଡ କାଳୀ ମନ୍ଦିର ରୁ କିଛି ଦୁର୍ବୁତ୍ତ ଲୁଟ କରି ଚମ୍ପଟ ମାରିଛନ୍ତି l ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୁତ୍ତ ମନ୍ଦିର ତାଲା ଭାଙ୍ଗି ମା କାଳୀ ଙ୍କ ବେକରୁ ଦୁଇଟି ମଙ୍ଗଳ ସୂତ୍ର ଏବଂ ଦାନ ହୁଣ୍ଡୀ ଭାଙ୍ଗି ଚମ୍ପଟ ମାରିଛନ୍ତି l ତେବେ ଚୋରି କରି ମନ୍ଦିର ପରିସର ରେ ଥିବା ସିସି କ୍ୟାମେରା ର ଦୁଇଟି ହାର୍ଡଡିସ୍କ ଗୋଟାଏ ମନ୍ଦିର ଭିତରୁ ଏବଂ ଅନ୍ୟଟି ମନ୍ଦିର କାର୍ଯ୍ୟାଳୟରୁ ସିସି କ୍ୟାମେରା ର ସମସ୍ତ ଯୋଗାଯୋଗ ଠପ କରି ହାର୍ଡଡିସ୍କ ନେଇଯାଇଛନ୍ତି l ତା ସହ ମନ୍ଦିର କାର୍ଯ୍ୟାଳୟରେ ଲାଗିଥିବା ୫୫ ଇଞ୍ଚ ବିଶିଷ୍ଟ ଏଲ ଇ ଡି ଟିଭି କୁ ଭାଙ୍ଗି ସମ୍ପୂର୍ଣ ନଷ୍ଟ କରିଦେଇଛନ୍ତି ଦୁର୍ବୁତ୍ତ l ଦୁଇଟି ସୁନା ମଙ୍ଗଳ ସୂତ୍ର, ଦାନ ହୁଣ୍ଡୀ ରୁ ଟଙ୍କା, ୨୫୦ ଏମ୍ପ୍ଲିଫାଇର, ହୋମଠେଟର ଇତ୍ୟାଦି ଚୋରି ହୋଇଛି ଯାହାର ମୂଲ୍ୟ ହାରାହାରି ଦୁଇ ଲକ୍ଷ ରୁ ଅଧିକ ହବ ବୋଲି ମନ୍ଦିର କତୃପକ୍ଷ କହିଛନ୍ତି

